ରାଉରକେଲା: ଛେଣ୍ଡ କଲୋନିରୁ ଗିରଫ ଦୁଷ୍କର୍ମକାରୀ ପୁଲିସ୍‌ ହେପାଜ୍‌ତରୁ ଚମ୍ପଟ୍‌ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଡାକ୍ତରୀମାଇନା ସରିବା ପରେ ପୁଲିସ୍‌କୁ ଚକ୍‌ମା ଦେଇ ଭଣଜା ବୁଲେଟ୍‌ରେ ବସି ଚମ୍ପଟ ମାରିଥିଲା। ଦୁଷ୍କର୍ମକାରୀଙ୍କୁ ଡାକ୍ତରୀମାଇନା ପାଇଁ ଆର୍‌ଜିଏଚ୍‌କୁ ନେଇଥିବା ଦୁଇ ପୁଲିସ୍‌ଙ୍କୁ ଡିଏସ୍‌ପି ପଚରାଉଚୁରା କରୁଛନ୍ତି। ସେପଟେ ଦୁଷ୍କର୍ମକାରୀକୁ ଧରିବାକୁ ଛେଣ୍ଡ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ରଖିଛି। ମିଳିଥିବା

ସୂଚନା ମୁତାବକ ଛେଣ୍ଡ କଲୋନିର ଅସାମାଜିକ ଯୁବକ କିଶୋର ଦାସ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ ଛେଣ୍ଡ ପୁଲିସ ଦୁଷ୍କର୍ମକାରୀକୁ ଆଜି ଗିରଫ କରି ଥାନାରେ ରଖିଥିଲେ। ପରେ ଥାନାର ଦୁଇ ପୁଲିସ କିଶୋରକୁ ଗାଡିରେ ବସାଇ ଆର୍‌ଜିଏଚ୍‌କୁ ଡାକ୍ତରୀମାଇନା ପାଇଁ ନେଇଥିଲେ। ସୂଚନା ପାଇ କିଶୋର ଭଣଜା ବୁଲେଟ୍‌ ଧରି ଆର୍‌ଜିଏଚ୍‌ରେ ପହଞ୍ଚିଥିଲା। ଡାକ୍ତରମାଇନା ସରିବା ପରେ କିଶୋର ପୁଲିସ୍‌କୁ ଚକ୍‌ମା ଦେଇ ଭଣଜା ବୁଲେଟ୍‌ରେ ବସି ଡାକ୍ତରଖାନରୁ ଚମ୍ପଟ ମାରିଥିଲା। ପିଛା କରିଥିଲେ ହେଁ ପୁଲିସ ଦୁହିଁଙ୍କ ସନ୍ଧାନ ପାଇ ନଥିଲା।

The post ପୁଲିସ ହେପାଜତରୁ ଦୁଷ୍କର୍ମକାରୀ ଚମ୍ପଟ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3gKBXCG