କୋରେଇ : ମହାରାଷ୍ଟ୍ରର ଜଲାନ ଜିଲ୍ଲା ରାଜୁରୀ ଷ୍ଟିଲ କାରଖାନାରେ ଦୁର୍ଘଟଣା ଘଟି କୋରେଇ ବ୍ଲକ୍ ବଡ଼ବିରୁହାଁ ପଞ୍ଚାୟତର ୨ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଦୁଇ ଜଣ ବଡବିରୁହାଁ ଗ୍ରାମର ଜଟାଧାରୀ ପଲେଇଙ୍କ ପୁଅ ହେମନ୍ତ(୨୪) ଏବଂ ବେଣୁଧର କବିଙ୍କ ପୁଅ ସରୋଜ(୨୨) ବୋଲି ଜଣାପଡିଛି। ଏହି ଖବର ଜଣାପଡ଼ିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଗତକାଲି ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ୧୦ ଜଣ ଲୋକ ଗୁରୁତର ଆହତ ହୋଇଥିଲେ। ଆହତ ହୋଇଥିବା ସମସ୍ତ କର୍ମଚାରୀ ଔରଙ୍ଗାବାଦ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ଏହି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛଇ। ଜଟାଧାରୀ ପଲେଇଙ୍କ ବଡ଼ପୁଅ ପ୍ରସନ୍ନ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡିଛି। ଏବେ କରୋନା କଟକଣା ଜାରି ରହିଥିବାରୁ ଉଭୟଙ୍କ ମରଶରୀର ଗ୍ରାମକୁ ଆଣିବାରେ ବାଧା ଉପୁଜିଥିବାରୁ ଏନେଇ ପ୍ରଶାସନିକ ସହଯୋଗ ଲୋଡିଛନ୍ତି ଉଭୟଙ୍କ ପରିବାର ଲୋକେ। ଉଭୟଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବା ସହ ମୂଲମଜୁରି କରି ପେଟ ପୋଷନ୍ତି। ରୋଜଗାରିଆ ପୁଅମାନଙ୍କ ଅକାଳ ବିୟୋଗରେ ଉଭୟଙ୍କ ପରିବାରର ଭାଙ୍ଗିପଡିଥିବା ବେଳେ ସେମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ବଡ଼ବିରୁହାଁ ସମିତିସଭ୍ୟ ପ୍ରମୋଦ ସାହୁ ଦାବି କରିଛନ୍ତି।

The post ମହାରାଷ୍ଟ୍ର ଷ୍ଟିଲପ୍ଲାଣ୍ଟରେ ଦୁର୍ଘଟଣା: ଯାଜପୁରର ୨ ଯୁବକ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3zFB4E6