କରୋନା ମହାମାରୀରେ ଆଉଟୁପାଉଟୁ ମୟୂରଭଞ୍ଜବାସୀ

ବାରିପଦା: କରୋନା ମହାମାରୀର ଆଁ ରେ ମୟୂରଭଞ୍ଜବାସୀ ଆଉଟୁପାଉଟୁ ହେଉଛନ୍ତି। ତେବେ ଏପରି ବିପଦ ସମୟରେ ହନ୍ତସନ୍ତ ହେଉଛନ୍ତି ଜିଲ୍ଲାର ଯକ୍ଷ୍ମା ରୋଗୀ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଯକ୍ଷ୍ମା ରୋଗର ହାର ଅଧିକ। ସଚେତନତାର ଅଭାବରୁ ଏଠିକାର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଡାକ୍ତରୀ ପରୀକ୍ଷାକୁ ପଛରେ ପକାର ଯେତେ ମାରାତ୍ମକ ରୋଗ ହେଲେ ମଧ୍ୟ ପ୍ରଥମେ ଗୁଣିଗାରେଡି ଚିକିତ୍ସା କରାଇଥାନ୍ତି। ତେବେ ଯକ୍ଷ୍ମା ମୁକ୍ତ ଭାରତବର୍ଷର ସଂକଳ୍ପକୁ ତତ୍ପରତାର ସହିତ ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁନି ମୟୂରଭଞ୍ଜ ଜିଲ୍ଲାରେ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ବାରିପଦା କିମ୍ବା ପିଆରଏମ ମେଡିକାଲ କଲେଜରେ ଟିବି ପରୀକ୍ଷା ପାଇଁ ଟେଷ୍ଟିଂ କିଟ ଦୀର୍ଘଦିନ ଧରି ନଥିବାରୁ ଏବେ ଯକ୍ଷ୍ମା ପରୀକ୍ଷା ପାଇଁ ବାରିପଦାକୁ ଆସୁଥିବା ରୋଗୀ ମାନେ ବିଜାତଳା, କୋଷ୍ଠା, ରାଇରଙ୍ଗପୁର, ଯଶିପୁର, ବେତନଟୀ , କପ୍ତିପଦାକୁ ଡାକ୍ତର ରେଫର କରି ଦେଉଛନ୍ତି। ତେବେ ବେତନଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଟିବି ଟେଷ୍ଟିଂ ମେସିନଟି ଦୀର୍ଘଦିନ ଧରି ଖରାପ ଥିବାରୁ ଲୋକେ ହଇରାଣ ହୋଇ ସେଠାରୁ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ଜିଲ୍ଲା ଅଫିସକୁ ବାରମ୍ବାର ରିପର୍ଟିଂ କରିଥିଲେ ମଧ୍ୟ ମେସିନ ସଜ ହୋଇପାରୁନି କି ପରୀକ୍ଷା ହୋଇ ପାରୁନି ବୋଲି କହିଛନ୍ତି ବେତନଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଦାୟୀତ୍ୱରେ ଥିବା ଜଣେ କର୍ମଚାରୀ। ବର୍ତ୍ତମାନ କରୋନା କଟକଣା ଜନିତ ଲକଡାଉନ ଥିବାରୁ ଗାଡିମଟର ଚାଲୁ ନଥିବାରୁ ଅନେକ ରୋଗୀ ଟେଷ୍ଟ କରି ନପାରି ଚିକିତ୍ସା ମଧ୍ୟ ହୋଇ ପାରୁ ନାହାନ୍ତି।

ତେବେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ସରଳ ନିରିହ ସଚେତନତାର ଅଭାବରୁ ଗୁରୁତର ହୋଇଥିବା ଯକ୍ଷ୍ମା ରୋଗୀ ମାନେ ଏବେ ନିରାଶ ହୋଇ ପରୀକ୍ଷା ଅଭାବରୁ ଚିକିତ୍ସା ହୋଇ ନପାରିବା ଭଳି ଅବାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ। ତେବେ ସରକାର ଯକ୍ଷ୍ମା ନିୟନ୍ତ୍ରଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଭଳି ଅବ୍ୟବସ୍ଥା କୁନେଇ ବୁଦ୍ଧିଜିବୀ ମାନେ ପ୍ରଶ୍ନ ଉଠାଇଛନ୍ତି। ଏ ବାବଦରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ନୁରୁଲ ହୁସେନ ଖାନଙ୍କୁ ପଚାରିବାରୁ ସେ ଟିବି ଟେଷ୍ଟିଂ ପାଇଁ ସପ୍ଲାଇ ହେଉଥିବା କିଟ ସର୍ବାରତୀୟ ସ୍ତରରେ ହେଉଥିବାରୁ ଏବେ କିଟ ଆସି ପାରି ନଥିବାରୁ ପରୀକ୍ଷା ବାଧାପ୍ରାପ୍ତ ହୋଇଛି। ବେତନଟିରେ ମେସିନ ଖୁବଶୀଘ୍ର ମରାମତି ହୋଇଯିବ ଏବଂ ବର୍ତ୍ତମାନ ମେଡିକାଲ କଲେଜ ଏବେ ପରୀକ୍ଷା କଥା ବୁଝୁଥିବାର ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

The post କରୋନା ମହାମାରୀରେ ଆଉଟୁପାଉଟୁ ମୟୂରଭଞ୍ଜବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/2T6PMmK

Post a Comment

0 Comments