
ଜୟପୁର: ଜୟପୁର ସହରରେ ବାଇକ ଚୋରି ଦିନକୁ ଦିନ ବଢ଼ି ଚାଲିଛି। ସେଥି ମଧ୍ୟରେ ବୁଲେଟ ଗାଡି ଚୋରଙ୍କ ନଜରରେ ରହିଛି। ୨୦ ଦିନ ମଧ୍ୟରେ ଜୟପୁର ସହରରୁ ୩ଟି ବୁଲେଟ ଚୋରି ହୋଇସାରିଲାଣି। ଗୋଟିଏ ପରେ ଗୋଟିଏ ବୁଲେଟ ଚୋରି କରିଥିବା ବେଳେ ଗ୍ୟାଙ୍ଗ୍ ପୁଲିସ ହାତରେ ଧରାପଡୁନି। ପ୍ରଥମେ ଲକ୍ଷ୍ମୀନଗରରୁ ପରେ ପାରାବେଡାରୁ ଏହାପରେ ଗତକାଲି ନୂଆାସାହିରୁ ଲଗାତାର ଭାବେ ୩ଟି ବୁଲେଟ ଚୋରି ହେଲାଣି। ଗାଡିର ଲକ୍ ଭାଙ୍ଗି କିଛି ଦୂର ଗଡାଇ ଗଡାଇ ନେଉଛନ୍ତି, ଏହାପରେ ବୁଲେଟ ଷ୍ଟାର୍ଟ କରି ଚୋର ଉଭାନ ହୋଇଯାଉଛନ୍ତି। କିଛି ସ୍ଥାନରେ ସିସି କ୍ୟାମେରାରେ ଚୋରିର ଦୃଶ୍ୟ ରହିଛି, କିନ୍ତୁ ଏଯାଏ ସୁଫଳ ମିଳିପାରିନାହିଁ।
ଗତକାଲି ରାତିରେ ନୂଆସାହି ପ୍ରଥମ ଲାଇନରେ ରହୁଥିବା ମାଧବ ରଥଙ୍କ ବୁଲେଟ ଗାଡି ଚୋରି ହୋଇଛି। ମାଧବ ରାତିରେ ଘର ବାହାରେ ଗାଡିକୁ ରଖିଥିଲେ। ଦୁର୍ବୁତମାନେ ଗାଡିର ଲକ୍ ଭାଙ୍ଗି ଚୋରି କରି ନେଇଛନ୍ତି। ଆଜି ସକାଳୁ ଘର ବାହାରେ ବୁଲେଟ ନଥିବାର ଦେଖି ଟାଉନ ଥାନାରେ ଅଭିଯୋଗ ଦେଇଛନ୍ତି। ପ୍ରକାଶଥାଉକି, ଗତ ୯ ତାରିଖ ରାତିରେ ସ୍ଥାନୀୟ ଲକ୍ଷ୍ମୀନଗରରେ ଜଣେ ସାଙ୍ଗଙ୍କ ଘରେ ପି ଶ୍ରୀନିବାସ ବୁଲେଟ ରଖିଥିଲେ । ଗ୍ରୀଲର ତାଲା ଭାଙ୍ଗି ବୁଲେଟ ବାହାର କରି ଚୋରି କରି ନେଇଥିଲେ।
ସେହିପରି ଗତ ୩ ଦିନ ତଳେ ପାରାବେଡା ଅଞ୍ଚଳର ଉମେଶ ଚନ୍ଦ୍ର ମିଶ୍ର ଘରର ପାଚେରୀ ମଧ୍ୟରେ ନିଜର ବୁଲେଟ ରଖିଥିଲେ। ରାତିରେ ଗ୍ରୀଲର ତାଲା ଭାଙ୍ଗି ଦୁର୍ବତମାନେ ବୁଲେଟ ଚୋରି କରି ନେଇଥିଲେ। ଏନେଇ ଶ୍ରୀ ମିଶ୍ର ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।
The post ଚୋରଙ୍କ ଟାର୍ଗେଟରେ ବୁଲେଟ ଗାଡି, ୨୦ ଦିନରେ ଜୟପୁରରୁ ୩ଟି ବୁଲେଟ ଚୋରି first appeared on Sambad.from ଜିଲ୍ଲା | Sambad https://ift.tt/2UfCeFU
0 Comments