
ବାଲେଶ୍ବର : ସମ୍ପ୍ରତି କରୋନାର ଭୟାବହ ପରିସ୍ଥିତିରେ ଲକ୍ଡାଉନ ଓ ସଟଡାଉନ ଯୋଗୁଁ ଦୈନନ୍ଦିନ ରୋଜଗାର କରି ଜୀବିକା ନିର୍ବାହ କରୁଥିବା ଜନସାଧରଣ ଅତି ଦୁର୍ଦିନରେ କାଳାତିପାତ କରୁଛନ୍ତି। ସେମାନଙ୍କର ଏଭଳି ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱର ମଧ୍ୟରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନ ‘ଏମକେ ପ୍ଲାଷ୍ଟ ସହାୟତାର ହାତ ବଢ଼ାଇଛି।
‘ଏମକେ ପ୍ଲାଷ୍ଟର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ମୂରଲୀକୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଖାଦ୍ୟସାମଗ୍ରୀ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କମ୍ପାନି ସନ୍ନିକଟ ରାମଦାସପୁରର ଗ୍ରାମବାସୀମାନଙ୍କୁ ଖାଦ୍ୟ ସାମଗ୍ରୀ, ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ମାସ୍କ ଆଦି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ କମ୍ପାନିର ବରିଷ୍ଠ ଅଧିକାରୀ ତୁଷାର ରଞ୍ଜନ ଦାସ ଓ ଚିନ୍ମୟ କୁମାର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ କରୋନା ମୁକାବିଲା ନିମନ୍ତେ ସମସ୍ତେ ଓଡ଼ିଶା ସରକାରଙ୍କର ସମସ୍ତ କୋଭିଡ୍ ନିୟମାବଳୀକୁ ନିଷ୍ଠାର ସହିତ ପାଳନ କରିବାକୁ ପରିଚାଳନା ନିର୍ଦେଶକ ଶ୍ରୀ ପଟ୍ଟନାୟକ କରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଏହିପରି ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ବିଗତ ଦିନମାନଙ୍କରେ ‘ଏମକେ ପ୍ଲାଷ୍ଟ ଆନୁକୂଲ୍ୟରେ ଏହିପରି ଅନେକ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କମ୍ପାନି ଆଖପାଖ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ବୃଦ୍ଧାଶ୍ରମ ଓ ବାଳାଶ୍ରମରେ ମଧ୍ୟାହ୍ନଭୋଜନର ବ୍ୟବସ୍ଥା, ଗ୍ରୀଷ୍ମ କାଳରେ ବରିଷ୍ଠ ନାଗରିକମାନଙ୍କୁ ଛତା ପ୍ରଦାନ, କରୋନା ସମୟରେ ମାସ୍କ ବଣ୍ଟନ ଆଦି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।
The post ଅସହାୟ ଲୋକଙ୍କୁ ଏମକେ ପ୍ଲାଷ୍ଟର ସହାୟତା first appeared on Sambad.from ଜିଲ୍ଲା | Sambad https://ift.tt/3plqpcO
0 Comments