ଜୟପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣପକ୍ଷରୁ ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ ଅନଲାଇନ୍ ମାଧ୍ୟମରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଉପଦେଷ୍ଟା ରାଜଶେ ଏକ୍କା ଯୋଗ ଦେଇ ସଂପ୍ରତି ସମାଜରେ ଶିଶୁ ଶ୍ରମିକଙ୍କ ସଂଖ୍ୟ ବୃଦ୍ଧି ପାଉଛି। ଏହାକୁ କିଭଳି ରୋକାଯାଇ ଏହି ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ମତ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ଶାରତ୍ ଯାହିନ।

Sambad

ପରିବାର ଅଦାଲତର ବିଚାରପତି ଦିଗାମ୍ବର ପୃଷ୍ଟି, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜେଶ ନାୟର, ଏସଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ, ଜେଏମ୍ଏ‌ଫସି ପଲ୍ଲବୀ ପ୍ରିୟଦର୍ଶନୀ ଦାସ, ଚରଣ ଜେନା, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଡଃ. ଭି.ଗାୟତ୍ରୀଦେବୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ପାନେଲ ଆଇନଜୀବୀ, ଶିକ୍ଷକ, ଶିକ୍ଷୟତ୍ରୀ, ଆଇନସାକ୍ଷରତା କ୍ଲବର ଛାତ୍ରଛାତ୍ରୀ, ପାରାଲିିଗାଲ ସ୍ବେଚ୍ଛାସେବୀ ଆଦି ଭାଗ ନେଇଥିଲେ। କିଭଳି ଶିଶୁ ଶ୍ରମିକ ନିରୋଧ ଆଇନକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେବ ଏବଂ ଶିଶୁ ମାନେ ସେମାନଙ୍କ ଅଧିକାରୀ ଓ ଶିକ୍ଷା ଆଦି ପାଇ ପାରିବେ ସେ ଦିଗରେ ପ୍ରୟାସ କରିବାକୁ ମତ ପ୍ରକାଶ ପାଇଥିଲା।

The post ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ first appeared on Sambad.

from ଜିଲ୍ଲା | Sambad https://ift.tt/3zjIPPQ