
ଏରସମା : ଏରସମା ତହସିଲଦାରଙ୍କୁ ସୋମବାର ଅପରାହ୍ନରେ ୩ ଜଣ ଯୁବକ ଜପା ଛକରେ ଆକ୍ରମଣ କରିଛନ୍ତି। ଲକ୍ଡାଉନ୍କୁ ଅମାନ୍ୟ କରି ଜପାଛକରେ କିଛି ଦୋକାନ ଖୋଲା ଥିବା ଓ ଆମାନିଆଙ୍କ ଗହଳି ଲାଗିଥିବା ଖବର ପାଇ ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦନ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ କେତେକ ଅମାନିଆଙ୍କୁ ବୁଝାସୁଝା କରି ସେମାନଙ୍କୁ ତାଗିଦ୍ କରି ଘଉଡ଼ାଇ ଦେଇଥିଲେ। ଏହାପରେ ସେ ନିଜ ଗାଡ଼ିରେ ବସି ଅଫିସ୍ ଫେରୁଥିବାବେଳେ ସ୍ଥାନୀୟ ଅଞ୍ଚଳର ୩ ଜଣ ଯୁବକ ହଠାତ୍ ତାଙ୍କ ଗାଡ଼ିକୁ ଅଟକାଇ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚନ୍ଦନ ବେହେରା ନାମକ ଯୁବକକୁ ଗିରଫ କରିଛି।
The post ତହସିଲଦାରଙ୍କୁ ଆକ୍ରମଣ, ଯୁବକ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3cHoM41
0 Comments