ଜୟପୁର:  ଧାନ କିଣାରେ ବ୍ୟାପକ ଅନିମିୟତତା ଓଜାଲିଆତି  ହୋଇଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ମଣ୍ଡିକୁ ଚାଷୀ ଟୋକନ୍ ଅବଧି ସମୟରେ ଧାନ ଧରିକି ଆସୁଛି। ତଥାଫି ବିଭିନ୍ନ ବାହାନାରେ ଧାନ କିଣାଯାଉନି। ଏଭଳି ବାରମ୍ବାର ବାରମ୍ବାର ମଣ୍ଡିକୁ ଆସିବା ମଧ୍ୟରେ ଦିଆଯାଇଥିବା ୧୨ଦିନର ଟୋକେନ୍ ଅବଧି ସରିଯାଉଛି। ଏହା ବାଦେ ବି ଧାନ କିଣୁ ନାହାନ୍ତି କ୍ରୟକାରୀ ସଂସ୍ଥା।  ଅନ୍ୟ ପକ୍ଷରେ ମଣ୍ଡିରେ ଧାନ କିଣାଯାଉ ନଥିଲେ ହେଁ ଉକ୍ତ ମଣ୍ଡି ନାଁରେ କାଗଜପତ୍ରରେ ଧାନ କିଣାଯିବାେ  ସହ ମଣ୍ଡିର ଟାର୍ଗେଟ ବି ସରିଯାଉଛି। କିଛି ବଡ଼ ବଡ଼ ଚାଷୀ, ଚାଷୀ ନେତା, ଦଲାଲ ମାନେ କ୍ରୟକାରୀ ସଂସ୍ଥା ସହ ସଲାସୁତରା କରି ଧାନ ମଣ୍ଡିକୁ ନେଉ ନଥିଲେ ହେଁ ସେମାନଙ୍କ ଧାନ ବିକ୍ରୀ ହେଉଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ ମନୋଜ ପାତ୍ର, ସୁକଦେବ ବାଗଦେରିଆ।

ଧାନ କିଣାରେ ବଡ଼ ଧରଣର ରାକେଟ୍ କାମ କରୁଥିବାରୁ ଏହାର ବିଧିବଦ୍ଧ ଭାବେ ଭିଜିଲାନସ୍ ତଦନ୍ତ ହେବା ଆବଶ୍ୟକ ବୋଲି ଚାଷୀ ମାନେ ଦାବି କରିଛନ୍ତି। ଘିଉରୀ ମଣ୍ଡିରେ ଗତ ୩୦ତାରିଖରୁ ଆଜି ପର୍ଯ୍ୟନ୍ତ ୧୬ଦିନ ମଧ୍ୟରେ ଧାନ ମୁଠାଏ ବି କିଣା ଯାଇନି। କେବଳ ଘିଉରୀ ମଣ୍ଡି ହିଁ ନୁହେଁ କୋଟପାଡ଼, ବୋବୟା, ପଲକାଫୁଟ, ଡଙ୍ଗରଚିଂଛି, ଡେଙ୍ଗପଦର, କୁନ୍ଦ୍ରା ମଣ୍ଡିରୁ ଏଭଳି ଅଭିଯୋଗ ଆସିଛି। ଆଜି ଟୋକନ୍ ଅବଧି ବୃଦ୍ଧି କରିବାକୁ ବୋରିଗୁମ୍ମା ବ୍ଲକର ଡେଙ୍ଗପଦର, କୁନ୍ଦ୍ରା ବ୍ଲକର ଚାଷୀ ମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଏକ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

The post ଧାନ କିଣାରେ ବ୍ୟାପକ ଅନିମିୟତତା ଅଭିଯୋଗ? first appeared on Sambad.

from ଜିଲ୍ଲା | Sambad https://ift.tt/3pZNOkx