ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ମରେଇପାଟ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଡ଼ାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୪ ଜଣ ଶ୍ରମିକ ଆହତ ହୋଛନ୍ତି। ମୃତ ମହିଳା ଜଣକ ହେଲେ ଢ଼ିମିରିପଲ୍ଲୀ ଗ୍ରାମର ରେଣୁ ନାୟକ(୪୫)।

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଢ଼ିମିରିପଲ୍ଲୀ ଗ୍ରାମର ୧୫ ଜଣ ଶ୍ରମିକ ଏକ ଡାଲା ଅଟୋରେ ବସି ରତ୍ନପୁର ଗ୍ରାମକୁ ପୋଖରୀ ଖୋଳା କାମ କରିବାକୁ ବାହାରିଥିଲେ। ଯିବା ସମୟରେ ଅଟୋଟି ମରେଇପାଟ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।ଗୁରୁତର ଶ୍ରମିକ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତି କରିଛନ୍ତି। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରେଣୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନଙ୍କ ଚିକିତ୍ସା ଚାଲିଛି। ଅନ୍ୟପଟେ ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

The post ଶ୍ରମିକଙ୍କୁ ନେଇ ଯାଉଥିବା ଡାଲା ଅଟୋ ଓଲଟି ଜଣେ ମହିଳା ମୃତ,୧୪ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/2SR2JRF