
କଟକ : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାକୁ ନେଇ ବୁର୍ଲା ଥାନାରେ ରୁଜୁ ମାମଲାରେ କୁଳପତି ପ୍ରଫେସର ଡକ୍ଟର ସଂଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କର ଆଗୁଆ ଜାମିନ ଲୋଡ଼ି ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଜି ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ତିନି ଆଗୁଆ ଜାମିନ ଆବେଦନର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ଅନୁମୋଦନ ପରେ ଏହି ତିନି ଆଗୁଆ ଜାମିନ ଆବେଦନର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରାଯିବ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ମେ ୩ରେ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶ୍ରୀ ଶତପଥୀ ଓ ପିଇଓ ଶ୍ରୀ କରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତିନି ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ଆଗୁଆ ଜାମିନ ପାଇଁ ଦୌରା ଅଦାଲତରେ ଆବେଦନ ଦାୟର କରିବା ପାଇଁ ଆବେଦନକାରୀଙ୍କୁ ଏପରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଥିଲା। ତିନି ସପ୍ତାହର ଅନ୍ତରୀଣ ସୁରକ୍ଷା ଅବଧି ଶେଷ ହେବା ପୂର୍ବରୁ ଦୌରା ଅଦାଲତ ଏହି ଏ ସଂପର୍କିତ ଆଗୁଆ ଜାମିନ ଶୁଣାଣି କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶ୍ରୀ ଶତପଥୀ ଓ ପିଇଓ ଶ୍ରୀ କର ଆଗୁଆ ଜାମିନ ଲୋଡ଼ି ସମ୍ବଲପୁର ଦୌରା ଅଦାଲତରେ ଆବେଦନ କରିଥିଲେ। ମେ ୨୪ରେ ଏ ସଂପର୍କିତ ଆଗୁଆ ଜାମିନ ଖାରଜ ହେବା ପରେ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶ୍ରୀ ଶତପଥୀ ଓ ପିଇଓ ଶ୍ରୀ କର ଦ୍ବିତୀୟ ଥର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରଛନ୍ତି।।
The post ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲା: ହାଇକୋର୍ଟରେ ପୁଣି ଆଗୁଆ ଜାମିନ ଆବେଦନ, ଅନ୍ୟ ଖଣ୍ଡପୀଠକୁ ମାମଲା ସ୍ଥାନାନ୍ତର first appeared on Sambad.from ଜିଲ୍ଲା | Sambad https://ift.tt/3pgWORG
0 Comments