
ଭବାନୀପାଟଣା/ଗୋଲାମୁଣ୍ଡା : ଗତ ୨୦୨୦-୨୧ ମସିହାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ରେ ବର୍ଷା ଅଭାବ ଯୋଗୁଁ ଚାଷୀମାନଙ୍କ ଧାନ ଫସଲ ନଷ୍ଟ ହୋଇଥିଲା। ନଷ୍ଟ ହେବା ଆଗରୁ ସେମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ କରିଥିଲେ। ଗୋଲାମୁଣ୍ଡା ବ୍ଲକ୍ର ୧୩ଟି ପଞ୍ଚାୟତ ମଧ୍ୟରୁ ୬ଟି ପଞ୍ଚାୟତରେ ଚଳିତ ବର୍ଷ ଏପ୍ରିଲ ମାସରେ କ୍ଷତିପୂରଣ ସହାୟତା ରାଶି ଦିଆଯାଇଥିଲା। ଅନ୍ୟ ୭ଟି ପଞ୍ଚାୟତରେ କ୍ଷତିପୂରଣ ଦିଆଯାଇନଥିବାରୁ ଚାଷୀମାନଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।
ସୋମବାର କ୍ଷତିପୂରଣ ପାଇନଥିବା ଚାଷୀମାନେ ଜୁନାଗଡ଼ ବିଧାୟକ ତଥା ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ପରେ ଚାଷୀମାନେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟସରକାର ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନନେଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
The post ଫସଲ ବୀମା ସହାୟତାରୁ ବଞ୍ଚିତ ଚାଷୀ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3vFRJ7i
0 Comments