ବଲାଙ୍ଗୀର : ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି-୬ର ଦ୍ୱିତୀୟ ବୈଠକ ଭର୍ଚୁଏଲ ମୋଡରେ କମିଟି ଅଧ୍ୟକ୍ଷ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୧୨ଜଣ ସଭ୍ୟ ବିଶିଷ୍ଟ ଏହି କମିଟିର ବୈଠକରେ ଅଧ୍ୟକ୍ଷଙ୍କ ସମେତ ୬ ଜଣ ସଭ୍ୟ ଉପସ୍ଥିତ ଥିଲେ। ସମବାୟ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ  ଉପରେ ସବିଶେଷ ଆଲୋଚନା ହୋଇଥିଲା। ରବି ଫସଲ ପାଇଁ ଧାନକିଣା ଉପରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଉପସ୍ଥିତ କମିଟିର ସଭ୍ୟ, ବିଭାଗୀୟ ସଚିବ ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ବୈଠକକୁ ସ୍ୱାଗତ କରିଥିଲେ। ଗୃହ କମିଟି ୬କୁ ଆହୁରି ଦୃଢ଼ କରିବା ପାଇଁ ସାରା ଓଡ଼ିଶାରେ ଠିକ୍ ହିସାବରେ ତାର କାର୍ଯ୍ୟ କରିପାରିବ ସେ ନେଇ କମିଟିକୁ ୪ଟି ଭାଗରେ ୪ଟି ସବ୍‌କମିଟି ତିଆରି କରାଯାଇଥିଲା।

ସବ୍‌କମିଟି ୧ରେ ନିଜେ ଅଧ୍ୟକ୍ଷ ଚେୟାରମ୍ୟାନ ଥିବା ବେଳେ ସବ୍‌କମିଟି ୨ରେ ବିଧାୟକ ବଦ୍ରିନାରାୟଣ ପାତ୍ର, ସବ୍‌କମିଟି ୩ରେ ବିଧାୟକ ଅରବିନ୍ଦ ଢାଲି ଓ ସବ୍‌କମିଟି ୪ରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷ ମନୋନୀତ କରାଯାଇଥିଲା। ଉପସ୍ଥିତ ସଭ୍ୟମାନେ ଧାନର ଅଭାବୀ ବିକ୍ରି ଉପରେ ସବିଶେଷ ଆଲୋଚନା କରିଥିଲେ। ରବି ଧାନ କିଣା ସମୟରେ ୫ଏକରରୁ ଅଧିକ ଜମି ଥିବା ଚାଷୀଙ୍କଠୁ ଧାନ କିଣିବା ପାଇଁ ବିଭାଗ ତରଫରୁ ପଞ୍ଜୀକରଣ କରାଯାଉ ନାହିଁ। ଉଦାହରଣ ଦେଇ ସେଭଳିଆ ଅନେକ ଚାଷୀ ବଲାଙ୍ଗୀରରେ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରିଛନ୍ତି। ଏପରି ଚାଷୀ ସାରା ରାଜ୍ୟରେ ଅଛନ୍ତି। ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ୫ ଏକରରୁ ଅଧିକ ଜମି ଥିବା ଚାଷୀମାନେ ତାଙ୍କ ଧାନ ବିକିବେ କେଉଁଠି ବୋଲି ପ୍ରଶ୍ନ କରିଥିଲେ। ଏ ବର୍ଷ ରବିଧାନ କିଣିବା ପାଇଁ ଧାନକିଣା ସମୟ ୧୨ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଉପସ୍ଥିତ ଥିବା ଗୃହ କମିଟି ସଭ୍ୟମାନେ ଆହୁରି କିଛି ଦିନ ବଢ଼େଇବା ପାଇଁ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

The post ଭର୍ଚୁଏଲ ମୋଡରେ ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି-୬ର ବୈଠକ first appeared on Sambad.

from ଜିଲ୍ଲା | Sambad https://ift.tt/3wj0xAX