
ନୂଆପଡ଼ା : ବୁଧବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ନୂଆପଡ଼ା ଜିଲ୍ଲା ଏକ୍ସପ୍ରେସ ୱେ ୪ଲେନ ପାଇଁ ଅର୍ଥ ଅନୁମୋଦନ କରାଯାଇଛି। ଏହା ପରେ ବୁଧବାର ନୂଆପଡ଼ା ବିଜେଡି ପକ୍ଷରୁ ସନ୍ଧ୍ୟା ୭ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନୂଆପଡ଼ା ବିଜେଡି ତଥା ଜିଲ୍ଲାବାସୀ କୃତଜ୍ଞତା ଜଣାଇଛନ୍ତି।
ଏହି ସମ୍ବାଦିକ ସମ୍ମଳନୀରେ ଜିଲ୍ଲା ସାଧାରଣ ସଂପାଦକ ଲମ୍ବୋଦର ନିଆଲ, ରାଜ୍ୟ ସଂପାଦକ (ଗ୍ରାମିଣ ବିକାଶ) ଅବନୀ ରଞ୍ଜନ ଯୋଷୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ମାଝୀ, ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ସାଧାଣର ସପାଦକ କାଳିଆ ପ୍ରଧାନ, ସାଧାରଣ ସଂପାଦକ କାର୍ତ୍ତିକ ଦୀପ, କୋମନା ବ୍ଲକ୍ ଯୁବ ସଭାପତି ମୁରଲୀ ଭୋଇ, ଅଜୟ ଗହିର ପ୍ରମୁଖ ଉପସ୍ଥିତ ଥିଲେ।
The post ନୂଆପଡ଼ା ଜିଲ୍ଲା ବିଜୁ ଏକ୍ସପ୍ରେସ ୱେ ୪ ଲେନ ପାଇଁ ୨୬୫ କୋଟି ଟଙ୍କା ଅନୁମୋଦନ first appeared on Sambad.from ଜିଲ୍ଲା | Sambad https://ift.tt/2T9f6Zj
0 Comments