ଆଜିଠୁ ୧୮-୪୪ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ

ବାରିପଦା: ମୟୂରଭଞ୍ଜରେ ସୋମବାର ଠାରୁ ୧୮-୪୪ ବୟସ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କୋଉଇନ ପୋର୍ଟାଲରେ ପଞ୍ଜିକରଣ କରି ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଏହି ଟିକା ପ୍ରଦାନ କରାଯିବ। ବାରିପଦା ପୌରପାଳିକାର ୧୧ଟି ସ୍ଥାନରେ ଟିକାକରଣ ନିମନ୍ତେ ବ୍ୟବସ୍ଥା ହେଇଛି। ଟୀକାକରଣ ନିମନ୍ତେ ପିଆରଏମ୍‌ ହସ୍ପିଟାଲର ଏଏନ୍ଏ‌ମ୍‌ ତାଲିମ କେନ୍ଦ୍ର, ଦେବେନ୍ଦ୍ରପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶରତ ଚନ୍ଦ୍ର ବିଦ୍ୟାପୀଠ, ଏମକେସି ହାଇସ୍କୁଲ, ଭଂଜପୁର ହାଇସ୍କୁଲ, ବେଲଗଡ଼ିଆ ୟୁପି ସ୍କୁଲ, ୱାର୍ଡ ନମ୍ବର ୭, ମଧୁବନ ବାତ୍ୟା ଆଶ୍ରୟ ସ୍ଥଳ, ୱାର୍ଡ ନମ୍ବର ୧୩ ଶ୍ରୀପଦଗଞ୍ଜ ବାତ୍ୟା ଆଶ୍ରୟ ସ୍ଥଳ, ସୁନାମୁହିଁ ସ୍କୁଲ, ପୂର୍ଣ୍ଣଚନ୍ଦ୍ରପୁର ୟୁପି ସ୍କୁଲ ଏବଂ କମଳା ନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟରେ ଟିକାଦାନ କେନ୍ଦ୍ର କରାଯାଇଛି। ଏନେଇ ଆଜିଠାରୁ ସ୍ଲଟ ବୁକିଂ ଆରମ୍ଭ ହୋଇଛି।

ସକାଳ୯ରୁ ଅପରାହ୍ନ ଦୁଇ ପର୍ଯ୍ୟନ୍ତ ଟୀକା ଦାନ ଚାଲିବ। ୧୮-୪୪ ବୟସ ବର୍ଗଙ୍କ ପାଇଁ ରାଜ୍ୟ କୋଟାରେ ମୟୂରଭଞ୍ଜକୁ ୧୩ ହଜାର ଡୋଜ ଆସିଛି। ଟିକାକରଣ ନେଇ ଯେକୌଣସି ସୂଚନା ନିମନ୍ତେ ୯୪୩୭୬୧୦୧୧୧/୭୦୦୮୭୧୦୦୫୭ କିମ୍ବା ୭୮୧୫୦୯୯୫୫୧ରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଳା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜିଲ୍ଲାରେ ଅଦ୍ୟାବଧି ୩ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଟିକା ନେଇ ସାରିଲେଣି। ତେବେ ୪୫ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ ପୂର୍ବଭଳି ପିଆରଏମ ହସ୍ପିଟାଲରେ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

The post ଆଜିଠୁ ୧୮-୪୪ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ first appeared on Sambad.

from ଜିଲ୍ଲା | Sambad https://ift.tt/2Rr0lk0

Post a Comment

0 Comments