
ବାରିପଦା: କୋଭିଡ ସଚେତନତା ପାଇଁ ବାରିପଦା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରକଲ୍ପ ପ୍ରସାଶକ ବସନ୍ତ କୁମାର ସେଠୀଙ୍କ ତତ୍ୱାବଧାନରେ ପରିକ୍ରମା କରୁଥିବା ସଚେତନତା ରଥ ଗତକାଲି ବାରିପଦା ଓ ରାସ ଗୋବିନ୍ଦପୁର ବ୍ଲକ ଅଂଚଳରେ ବିଭିନ୍ନ ଗ୍ରାମାଂଚଳ ବୁଲି ଓଡ଼ିଆ ଓ ସାନ୍ତାଳି ଭାଷାରେ କୋଭିଡ ସଚେତନତାର ବାର୍ତ୍ତାକୁ ଡାକବାଜି ଯନ୍ତ୍ର ଏବଂ ପ୍ରଚାର ପତ୍ର , ବ୍ୟାନର ପୋଷ୍ଟର ମାଧ୍ୟମମରେ ଲୋକଙ୍କ ମଧ୍ୟରେ ବ୍ୟାପକ ବାବରେ ପ୍ରଚାର ପ୍ରସାର କରାଯାଇଛି।
ବାରିପଦା ବ୍ଲକର ମୁନସିବନ୍ଧ, ବାଙ୍କିଶୋଳ, ବଡ ବିଲା, ତେନ୍ତୁଳି ଶୋଳ, ବଡଡାକୋଇ, ସାନ ଡାକୋଇ, ବେତନା ଏବଂ ରାସଗୋବିନ୍ଦପୁର ବ୍ଲକର ଅଙ୍ଗାରଗାଡିଆ, ରାଣିଗାଁ, ଅନ୍ଧାରୀ, ବାଛୁରିପାଳ, ଦେବଶୋଳ, ସାନ୍ତରା, ରଙ୍ଗାମାଟିଆ ଆଦି ଗ୍ରାମାଂଚଳରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିବା ବେଳେ, ଲୋକଙ୍କୁ କୋଭିଡ ମାର୍ଗଦର୍ଶିକା ନିୟମା ବଳି ଅନୁପାଳନ ସମ୍ପର୍କରେ ବିଶେଷ କରି ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନ କରାଯାଇଥିବା ସହିତ ଜନସାଧାରଣଙ୍କୁ ମାକ୍ସ, ସାବୁନ ଓ ସାନିଟାଇଜର ବତଲ ଆଦି ପ୍ରଦାନ କରାଯାଇଅଛି। ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପରିଚାଳନାରେ ଆଇଟିଡିଏର ପ୍ରକଲ୍ପ ମେନେଜର ଓ କର୍ମଚାରୀ ମାନେ ସହଯୋଗ କରିଛନ୍ତି।
The post ବାରିପଦା ଆଇଟିଡିଏର କୋଭିଡ ସଚେତନତା ରଥ ପରିକ୍ରମା first appeared on Sambad.
from ଜିଲ୍ଲା | Sambad https://ift.tt/356c1fg
0 Comments