ମାଛକୁଣ୍ତ ଜଳ ବିଦ୍ୟୁତ ପ୍ରକଳ୍ପରେ ଅଘଟଣ: ଫାଟିଲା ବୁସିଂ, ବିଦ୍ୟୁତ ଉତ୍ପାଦନ ବନ୍ଦ

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ତ ସ୍ଥିତ ଜଳ ବିଦ୍ୟୁତ ପ୍ରକଳ୍ପରେ ଘଟିଛି ବଡ଼ ଅଘଟଣ। ପ୍ରକଳ୍ପର ୧ନମ୍ବର ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ ଘଟି ବୁସିଂ ଫାଟି ଯାଇଛି। ତେଣୁ ପ୍ରକଳ୍ପ କର୍ତ୍ତୃପକ୍ଷ ସମସ୍ତ ଟରବାଇନ୍‌କୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଯାହାଫଳରେ ବିଦ୍ୟୁତ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଥିପାଇଁ ପ୍ରତି ଘଣ୍ଟା ପିଛା ୧ଲକ୍ଷ ଟଙ୍କରା ରାଜସ୍ବ ବିଦ୍ୟୁତ ବିଭାଗ କ୍ଷତି ସହୁଥିବା ଜଣାପଡ଼ିଛି।

ଓଡ଼ିଶା ଓ ଆନ୍ଧ୍ର ସରକାର ମିଳିତ ଭାବେ ଏହି ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିଛନ୍ତି। ପ୍ରକଳ୍ପରେ ଲାଗିଥିବା ଯନ୍ତ୍ରାଂଶ ପୁରୁଣା ହୋଇଯାଇଥିବାରୁ ବିଭିନ୍ନ ସମୟରେ ଯନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳେ। ଗୁରୁବାର ସକାଳ ପ୍ରାୟ ସାଢ଼େ ୬ଟାରେ ଏକ ନମ୍ବର ଟରବାଇନ୍‌ର ଏକ ନମ୍ବର ଟ୍ରାନ୍ସଫର୍ମରରେ ହଠାତ ନିଆଁ ଲାଗି ଯାଇଥିଲା। ଏହି ନିଆଁ ବ୍ୟାପୀ ପ୍ରକୋପ ବଢ଼ିବାରୁ ଅତ୍ୟଧିକ ଉତ୍ତାପ ସହ୍ୟ ନ କରିପାରି ଟ୍ରାନ୍ସଫର୍ମରର ବୁସିଂ ବିସ୍ଫୋରଣ କରିଥିଲା।

The post ମାଛକୁଣ୍ତ ଜଳ ବିଦ୍ୟୁତ ପ୍ରକଳ୍ପରେ ଅଘଟଣ: ଫାଟିଲା ବୁସିଂ, ବିଦ୍ୟୁତ ଉତ୍ପାଦନ ବନ୍ଦ first appeared on Sambad.

from ଜିଲ୍ଲା | Sambad https://ift.tt/3h6WJfI

Post a Comment

0 Comments