ଥୁଆପାଲି : ଭେଡେନ ଥାନା ତାଳମେଣ୍ଡ (ରଙ୍ଗାଟିକ୍ରା )ରେ ଠେଙ୍ଗା ରେ ପିଟିପିଟି ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତା ମହିଳା ଜଣକ କଳ୍ପନା ଖରସେଲ ୩୨ ବୋଲି ଜଣାପଡ଼ିଥିବା ବେଳେ ହତ୍ୟା କରିଥିବା ଯୁବକ ଜଣକ ତାଙ୍କ ସ୍ବାମୀ ଟିକେଶ୍ଵର ଖରଶେଲ ୩୮ ବୋଲି ପୁଲିସ କହୁଛି।

ବୁଧବାର ଭୋର ସକାଳୁ ଟିକେଶ୍ଵରର ଘର ପଛପଟେ କଳ୍ପନାର କ୍ଷତବିକ୍ଷତ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା ।  ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ  ଜବତ କରି ତଦନ୍ତ ଆରମ୍ଭ କରିଛି ।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ରାତିରେ ସ୍ବାମୀ ସ୍ତ୍ରୀ କଳହରୁ ସ୍ବାମୀ ଟିକେଶ୍ଵର ଅତି ବିଭତ୍ସ ଭାବେ ସ୍ତ୍ରୀ କଳ୍ପନାକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା ଓ  ମୃତଦେହକୁ ଘୋଷାରି ଘୋଷାରି ନେଇ ପକାଇ ଦେଇଥିଲା । ପୋଲିସ ହତ୍ୟାକାରୀ ସ୍ବାମୀକୁ ଗିରଫ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇଛି ।

The post ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ first appeared on Sambad.

from ଜିଲ୍ଲା | Sambad https://ift.tt/3AczFVD