
ସିନାପାଲି : ସିନାପାଲି ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ହେଲେ ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ ଲୋକେ ଟିକା ନେବାକୁ ଭୟଭୀତ ହେଉଥିବା ଲକ୍ଷ୍ୟ କରାଯାଇଛି।
ପ୍ରକାଶ ଯେ କିଛିଦିନ ପୂର୍ବେ ସିନାପାଲି ବ୍ଲକ୍ ଭରୁଆମୁଣ୍ତା ଗାଁକୁ ବିଡିଓ ସଦାଶିବ ନାୟକ ଓ ଡାକ୍ତର ଭୈରବ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ପହଞ୍ଚି ଟିକା ନେବା ପାଇଁ ଗ୍ରାମବାସୀଙ୍କୁ କହିଥିଲେ। ହେଲେ ମାତ୍ର ୫ଜଣ ବ୍ୟକ୍ତି ଟିକା ଗ୍ରହଣ କରିଥିଲେ। ସେହିପରି ସିନାପାଲି ବ୍ଲକ୍ ସିନ୍ଦୁରସିଲ ଗ୍ରାମରେ ଡା. ପାଣିଗ୍ରାହୀଙ୍କ ନେତୃତ୍ବରେ ଡାକ୍ତରୀ ଦଳ ପହଞ୍ଚି ଟିକା ନେବାକୁ ଗ୍ରାମବାସୀଙ୍କୁ କହିଥିବା ବେଳେ କେବଳ ୭ଜଣ ବ୍ୟକ୍ତି ଟିକା ଗ୍ରହଣ କରିଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଡାକ୍ତରୀ ଦଳ ବୁଲୁଛନ୍ତି। କିନ୍ତୁ ଲୋକେ ଭୟଭୀତ ହୋଇ ଟିକା ନେଉ ନାହାନ୍ତି। ଫଳରେ ଏମାନେ ଫେରି ଆସୁଥିବା ଜଣାପଡୁଛି। ତେଣୁ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରିବାକୁ ମତ ପ୍ରକାଶ ପାଉଛି।
The post ସଚେତନତା ଅଭାବ, ଟିକା ନେଉନହାନ୍ତି ଗ୍ରାମାଞ୍ଚଳବାସୀ first appeared on Sambad.from ଜିଲ୍ଲା | Sambad https://ift.tt/3xiMziV
0 Comments