
ଜୟପୁର: ଜୟପୁର ବ୍ଲକର ବାଙ୍କବିଜା ଗାଁର ସୁବାସ ପରଜାଙ୍କର ଗତ ମାସ ୨୩ତାରିଖ ଦିନ କୋଭିଡରେ ସଂକ୍ରମିତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତ ୫ବର୍ଷ ତଳେ ସ୍ତ୍ରୀ ଲକ୍ଷ୍ମୀ ପରଜାଙ୍କର ମୃତ୍ୟୁ ହୋଇଥିଲା। ବାପା ଓମାଙ୍କ ମୃତ୍ୟୁ ପରେ ୭ବର୍ଷର ଝିଅ ବର୍ଷା ଓ ୫ବର୍ଷର ପୁଅ ଘାସି ଅନାଥ ହୋଇ ପଡ଼ିଥିଲେ। ଝିଅ ବର୍ଷାକୁ ଅଜା ଓ ଆଇ ଓ ଘାସିକୁ ଜେଜେବାପା, ଜେଜେମା ନିଜ ନିଜ ନିକଟକୁ ନେଇ ରଖିଛନ୍ତି। ଏମାନଙ୍କର ବୟସାଧିକ ଏବଂ ବାର୍ଦ୍ଧକ୍ୟ ଭତ୍ତାରେ ବହୁ କଷ୍ଠରେ ଚଳୁଛନ୍ତି। ଏହି ଅନାଥ ପିଲାଙ୍କ ସଂପର୍କରେ ସମ୍ବାଦରେ ଆଜି ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ୟୁଥ୍ ଫର ହ୍ୟୁମାନ ରାଇଟସ୍ ସଂସ୍ଥାର ସତୀଶ ନନ୍ଦ, କାଳୀଚରଣ ଦେବଶର୍ମା, ସୁବାସ ସାହୁ, ସାହାକାର ଆଲ୍ଲୀ ପ୍ରମୁଖ ଏହି ପିଲାଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି।
ଏମାନେ ନ୍ୟାସନାଲ କମିସନ ଫର ପ୍ରଟେକ୍ସନ୍ ଅଫ ଚାଇଲ୍ଡ ରାଇଟ୍ସ(ଏନସିପିଆର)କୁ ଟ୍ବିଟ୍ କରି ଅବଗତ କରିଛନ୍ତି। ଏହା ସହ ପିଏମ୍ କେରସ୍ ଫୋର ଚିଲଡ୍ରେନ୍ସ ଫଣ୍ଡରେ ସହଯୋଗ ଯୋଗାଇବା ପାଇଁ ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନଙ୍କ ସହ ସଂସ୍ଥାର ସତୀଶ କଥାବାର୍ତ୍ତା କରିଥିବା ସୂଚନା ଦେଇଛନ୍ତି। ଏ ନେଇ ଆଜି ସୂଚନା ପାଇବା ପରେ ଏହି ପରିବାର ସଂପର୍କରେ ସଂପୁର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ପିଇଓଙ୍କୁ ନିର୍ଦେଶ ଦେଇଥଇବା କହିଛନ୍ତି ଜୟପୁର ବିଡିଓ ସୂରଜ ପଟ୍ଟନାୟକ। ସେ ବ୍ୟକ୍ତିଗତ ଭାବେ ବାଙ୍କବିଜା ଯାଇ ଏହି ପିଲାଙ୍କ ସହ ଆଲୋଚନା କରି ସରକାରୀ ଯୋଜନା ଗୁଡ଼ିକରେ ସହଯୋଗ କରିବେ ବୋଲି କହିଛନ୍ତି ବିଡିଓ ଶ୍ରୀ ପଟ୍ଟନାୟକ।
The post ଅନାଥ ବର୍ଷା ଓଘାସିଙ୍କୁ ସହଯୋଗର ହାତ ବଢ଼ାଇଲା ୟୁଥ୍ ଫର ହ୍ୟୁମାନ୍ ରାଇଟସ୍ first appeared on Sambad.from ଜିଲ୍ଲା | Sambad https://ift.tt/35waTlb
0 Comments