
କୋରାପୁଟ: କୋଭିଡ କଟକଣା ଯୋଗୁଁ ନାହିଁ ନ ଥିବା ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାରେ ରହୁଥିବା ଭଣ୍ଡାରି ପରିବାର। କଟକଣା ଯୋଗୁଁ ଦୋକାନ ଖୋଲୁ ନ ଥିବାବଳେ ଭଡା ପ୍ରଦାନକାରୀଙ୍କ ଜୁଲମ ବୃଦ୍ଧି ପାଉଛି। ଲୁଚାଇଛପାଇ ଦୋକାନ ଖୋଲିଲେ ପ୍ରଶାସନ ଦାଉ ସାଧୁଛି। ନ୍ୟାୟ ପାଇଁ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଜିଲ୍ଲାର ଭଣ୍ଡାରୀ ସଂଘ। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଗତ ବର୍ଷ କରୋନା ଯେତିକି ଦାଉ ସାଧିଲା ଏବର୍ଷ ମଧ୍ୟ ଏହାର ଦ୍ଵିତୀୟ ଲହରୀ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। ଲକଡାଉନ ଓ କଟକଣା ଲାଗି କୋରାପୁଟ ଜିଲ୍ଲାରେ ରହିଥିବା ଭଣ୍ଡାରୀ ଦୋକାନ ଚଳାଉଥିବା ଦୋକାନୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ତେଣୁ ସେମାନେ କିଛି ଆର୍ଥିକ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଜିଲ୍ଲା ଭଣ୍ଡାରୀ ସଂଘର ସାଧାରଣ ସଂପାଦକ ମହେଶ କହିଛନ୍ତି ଲୋକ ମାନେ କରୋନା ରୋଗରେ ପିଡୀତ ହୋଇ ମୃତବରଣ କରୁଛନ୍ତି କିନ୍ତୁ ଆମେ ଭୋକ ଉପାସରେ ମରୁଛୁ ବୋଲି କହିଛନ୍ତି। ଦୋକାନ ଭଡା ଓ ଘର ଭଡା ଦେବାକୁ ପଇସା ନାହିଁ। ସେମାନଙ୍କର ପରିବାର ପ୍ରତିପୋଷଣ ପାଇଁ ମାସିକ ୫ହଜାର ଆର୍ଥିକ ସହଯୋଗ ରାଜ୍ୟ ସରକାର ପ୍ରତି ଭଣ୍ଡାରୀ ପରିବାରକୁ କରିବାପାଇଁ ସେ ଅନୁରୋଧ କରିଛନ୍ତି।ଏହି ସମୟରେ ଜିଲ୍ଲା ଭଣ୍ଡାରୀ ସଂଘର ସଭାପତି ଜି ଶଙ୍କର ରାଓ, ସଂପାଦକ ଟି ମହେଶ, କୋଷାଧ୍ୟକ୍ଷ ଡି ଶ୍ରୀନୁଙ୍କ ସମେତ ଜିଲ୍ଲାର କୋଣ ଅନୁକୋଣରୁ ପ୍ରାୟ ଶତାଧିକ ଭଣ୍ଡାରୀ ଉପସ୍ଥିତ ଥିଲେ।
The post ତାତିଲା ଜିଲ୍ଲା ଭଣ୍ଡାରୀ ସଂଘ; ଜୀବିକା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3qcV8JG
0 Comments