
ନୂଆପଡ଼ା : ନୂଆପଡ଼ା ଜିଲ୍ଲାକୁ ଗୁରୁବାର ପୁଣି ୧୭୮ ଜଣ ଶ୍ରମିକ ଘରବାହୁଡ଼ା କରିଛନ୍ତି। ୧୭୫ ଜଣ ପ୍ରବାସୀ ଶ୍ରମିକ ଖରିଆର ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସମସ୍ତଙ୍କ ଏଣ୍ଟିଜେନ ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍ ବାହାରିଥିଲା। ଖରିଆର ରୋଡ଼ ରେଳ ଷ୍ଟେସନଠାରେ ସ୍ବେଚ୍ଛାସେବୀ ନିଶାନ୍ତ ଡାଗା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନିର୍ଦେଶରେ ବିସ୍କୁଟ ଏବଂ ପାନୀୟ ଜଳ ବିତରଣ କରିଥିଲେ।
ସେହିପରି ଖଡ଼ିଆଳ ବ୍ଲକ୍କୁ ଜଣେ ଓ କୋମନା ବ୍ଲକ୍କୁ ଦୁଇଜଣ ପ୍ରବାସୀ ଶ୍ରମିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସମସ୍ତ ଶ୍ରମିକଙ୍କୁ ତାଙ୍କ ଗ୍ରାମକୁ ପଠାଇ ସଂଗରୋଧରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାରେ କିଛିଦିନ ହେବ ଶ୍ରମିକ ଫେରୁଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଶ୍ରମିକମାନଙ୍କୁ ସବୁ ପ୍ରକାର ବ୍ୟବସ୍ଥା କରି ଆଣ୍ଟିଜେନ ପରୀକ୍ଷା କରି ଛଡ଼ାଯାଉଛି।
The post ନୂଆପଡ଼ା ଜିଲ୍ଲାକୁ ପୁଣି ଫେରିଲେ ୧୭୮ ପ୍ରବାସୀ ଶ୍ରମିକ first appeared on Sambad.from ଜିଲ୍ଲା | Sambad https://ift.tt/3vO7RV2
0 Comments