ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲାଟ୍‌ ବ୍ଲକ୍‌ କଟାବାହାଲ ପଞ୍ଚାୟତର ଯୁବାଖୋଲ ଗ୍ରାମର ଆଶିଷ ଜ୍ୟୋତିଷ ଜଣେ ଡିଗ୍ରିଧାରୀ ଅଟନ୍ତି। ଲକ୍‌ଡାଉନ୍ ସମୟରେ ଆୟର କୌଣସି ପନ୍ଥା ନପାଇ ସେ କେନ୍ଦୁପତ୍ର ତୋଳି ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇଛନ୍ତି। ବିକଳ୍ପ ବ୍ୟବସ୍ଥା ନଥିବାରୁ ସେ କେନ୍ଦୁପତ୍ର ତୋଳି ବିକ୍ରୟ କରିବାକୁ ବାଧ୍ୟ ହୋଇଛନ୍ତି।

କରୋନା ମହାମାରୀ ଯୋଗୁଁ ନିଯୁକ୍ତି ସୁଯୋଗ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ବନ୍ଦ ରହିଛି। ତେଣୁ ଆଉ ଉପାୟ ନଥିବାରୁ କେନ୍ଦୁପତ୍ର ତୋଳି ରୋଜଗାର କରିବାକୁ ମୁଁ ବାଧ୍ୟ ବୋଲି ଆଶିଷ କୁହନ୍ତି। ଆଶିଷଙ୍କ ଦୁଃଖ ଏତିକିରେ ଶେଷ ହୋଇନି। ବୃଦ୍ଧ ପିତାମାତାଙ୍କ ‌ଭରଣପୋଷଣ ପାଇଁ କେନ୍ଦୁପତ୍ର ବିକି ମିଳୁଥିବା ଟଙ୍କା ନିଅଣ୍ଟ ହେଉଛି। ତେଣୁ ସେ ମନରେଗା କାମରେ ମାଟି ବୋହିବାକୁ ବି ବାଧ୍ୟ। ମନରେ ଅବସୋସ ଥିଲେ ହେଁ ଜୀବନଜୀବିକା ନିର୍ବାହ ସକାଶେ ଆଶିଷ ଏହି କାମକୁ ଆପଣେଇ ନେଇଛନ୍ତି।

The post କରୋନା ମାଡ଼: ଡିଗ୍ରିଧାରୀ ଯୁବକ ଏବେ କେନ୍ଦୁପତ୍ର ତୋଳାଳି first appeared on Sambad.

from ଜିଲ୍ଲା | Sambad https://ift.tt/2TCVQ6B