ବନ୍ଦ ହେଲା ସିନାପାଲି କୋଭିଡ କେୟାର ସେଣ୍ଟର

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ସଦର କୋଭିଡ କେୟାର ସେଣ୍ଟର ଗୁରୁବାରଠାରୁ ବନ୍ଦ ହୋଇଯାଇଛି। ସିନାପାଲି କଲେଜ ପରିସରରେ ମେ’ ୩ ତାରିଖରୁ କୋଭିଡ କେୟାର ସେଣ୍ଟର ପରିଚାଳନା କରାଯାଉଥିଲା। ସିନାପାଲି ବ୍ଲକ୍‌ର ୨୭ଟି ପଞ୍ଚାୟତର କରୋନା ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏହି କୋଭିଡ କେୟାର ସେଣ୍ଟର କରାଯାଇଥିଲା।

ଆଜି ପର୍ଯ୍ୟନ୍ତ ମୋଟ୍‌ ୨୦୬ ଜଣ ଏଠାରେ ଭର୍ତ୍ତି ହୋଇଛନ୍ତି। ତନ୍ମଧ୍ୟରୁ ୧୫୪ଜଣ ଭଲ ହୋଇ ନିଜ ଘରକୁ ଫେରିଥିବା ବେଳେ ୫୨ ଜଣକୁ ଜିଲ୍ଲା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡା. ଦେବାଶିଷ ନନ୍ଦ, ଡା. ଦେବାଶିଷ ପଣ୍ତା, ଆୟୁଷ ଡାକ୍ତର ସଂଯୁକ୍ତା ବେହେରା, ଡା. କ୍ଷୀରେନ୍ଦ୍ରି ମେହେର, ଇଏମଓ ଡା. ତାରାକାନ୍ତ ଦାସ, ନୋଡାଲ ଅଧିକାରୀ ସିନାପାଲି ଭୈରବ ପାଣିଗ୍ରାହୀ ସମେତ ଆଜି ଉପସ୍ଥିତ ଥିଲେ।

The post ବନ୍ଦ ହେଲା ସିନାପାଲି କୋଭିଡ କେୟାର ସେଣ୍ଟର first appeared on Sambad.

from ଜିଲ୍ଲା | Sambad https://ift.tt/3wD74qi

Post a Comment

0 Comments