ଅମ୍ବାଭୋନା : ସବୁ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଅସହାୟ ଓ  ଅନାହାର ଅବସ୍ଥାରେ ପଡ଼ି ରହିଛନ୍ତି ଅମ୍ବାଭୋନା ବ୍ଳକ୍‌ ଗଂଗେଇ ଗ୍ରାମର କୃଷ୍ଣ ଗହୀର( ୬୩) । ଭୋକ ଉପବାସରେ ଦିନ ବିତାଉଛନ୍ତି। ଗାଁର କୌଣସି ବଦାନ୍ୟ ବ୍ୟକ୍ତି ମୁଠାଏ ଖାଇବାକୁ ଦେଲେ ସେଥିରେ ସେ ବଂଚୁଛନ୍ତି।

ତାଙ୍କ ବାପା ମା’ଙ୍କ ମୃତ୍ୟୁ ହେବା ପରେ ସେ ଆଜୀବନ ଅବିବାହିତ ରହିଛନ୍ତି। ବିଦ୍ୟୁତ ବିଭାଗରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ଏବେ ଅସହାୟ ହୋଇ ପଡ଼ିଛି ବୋଲି କୃଷ୍ଣ କୁହନ୍ତି। ଗ୍ରାମର ବହୁ ଯୁବକ କୃଷ୍ଣଙ୍କ ପାଇଁ ସରକାରୀ ସହାୟତା ଲୋଡ଼ିଥିଲେ ମଧ୍ୟ  ପ୍ରଶାସନିକ ଅବହେଳା କାଳ ସାଜିଛି। ସେ ଭୂହିହୀନ ଥିଲେ ହେଁ ସରକାରୀ ଜମି କିମ୍ବା କୌଣସି ଭତ୍ତା ପାଇନାହାନ୍ତି। କରୋନା ମହାମାରୀ ବେଳେ ଅସହାୟ ଗରିବଙ୍କୁ ମାଗଣା ଖାଦ୍ୟ ଯୋଗାଇବା ନିୟମ ଥିଲେ ମଧ୍ୟ  ସେଥିରୁ ମଧ୍ୟ କୃଷ୍ଣ ବଂଚିତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନରେ ଥଇଥାନ ସହ ସରକାରୀ ସହାୟତା ଯୋଗାଇବାକୁ ଦାବି ହୋଇଛି।

The post ଦାନା ନାହିଁ କି ଆବାସ ନାହିଁ, ମଣ୍ତପ ପାଲଟିଛି କୃଷ୍ଣଙ୍କ ଆଶ୍ରୟସ୍ଥଳୀ  first appeared on Sambad.

from ଜିଲ୍ଲା | Sambad https://ift.tt/2UIkTG6