
ଭଞ୍ଜନଗର: ସମ୍ବାଦ ଆମ ଓଡ଼ିଶା ଏବଂ ତାରସିଂ ପୁଲିସ୍ ମିଳିତ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରରେ ଅତିଥି ମାନେ ପ୍ରକାଶ କରିଛନ୍ତି। ତାରସିଂ ଥାନା ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ଜଗନ୍ନାଥ ପ୍ରସାଦ ବିଡ଼ିଓ ଅନୁପ କୁମାର ପଣ୍ଡା ଅତିଥିଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର,ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରିଥିଲେ।

ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ନେତୃତ୍ବରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୨ ଜଣ ପୁଲିସଙ୍କ ସମେତ ସ୍ବେଚ୍ଛାକୃତ ଭାବେ ୫୭ ଜଣ ରକ୍ତଦାନ କରିଛନ୍ତି। ବିଶେଷ କରି କରୋନା ମହାମାରୀ ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ସମୟରେ ଯେଉଁ ଭଳି ରକ୍ତର ଅଭାବ ସୃଷ୍ଟି ହୋଇଛି। ତାର ଅଭାବ ପୂରଣ କରିବା ପାଇଁ ପୁଲିସ୍ ଆଗଭର ହୋଇ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇ ପାରିଛି ବୋଲି ଅତିଥିମାନେୟ ପ୍ରକାଶ କରିଥିଲେ।
ଏହି ଶିବିରକୁ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ଜଗନ୍ନାଥପ୍ରସାଦ ବ୍ଳକ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ,ସଙ୍ଗଠକ ରାଜ କିଶୋର ସାହୁ,କୋକଳବା ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ, ତାରସିଂ ସରପଞ୍ଚ ପ୍ରତିନିଧି ଜିତୁ ପ୍ରଧାନ, ବିଡ଼ିପୁର ସମିତି ସଭ୍ୟ ଅମୀୟ ଜେନା,ବିଶ୍ବ ରଞ୍ଜନ ପଟ୍ଟନାୟକ,ଏଏସ୍ଆଇ ଉଦୟନାଥ ସାହୁ,ଏସ୍ଆଇ ବସନ୍ତ କୁମାର ମିଶ୍ର,ସୀମାଞ୍ଚଳ ପ୍ରଧାନ, ନାରାୟଣ ନାୟକ ସମେତ ତାରସିଂ ଥାନାର କର୍ମଚାରୀ ପରିଚାଳନା କରିଥିଲେ।
The post ୧୨ ଜଣ ପୁଲିସଙ୍କ ସମେତ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କଲେ ୫୭ ଜଣ first appeared on Sambad.from ଜିଲ୍ଲା | Sambad https://ift.tt/3puI9To
0 Comments