
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଏମ୍.ଶ୍ରୀଗିଡ଼ା ପଞ୍ଚାୟତର ବଲଣ୍ତା ଗ୍ରାମରେ ପାଣିଟାଙ୍କି ଭୁଶୁଡ଼ି ପଡ଼ିବାରୁ ଯୁବ ଇଂଜିନିୟର ନୀତିଶ ବାରିକ(୨୮)ଙ୍କ ମୃତ୍ୟୁ ହୋଇଛି। ତାଙ୍କ ସାନଭାଇ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ, ଅବସରପ୍ରାପ୍ତ ଶିକ୍ଷକ ସୈାମିତ୍ରୀ ବାରିକଙ୍କ ବଡ଼ ପୁଅ ନୀତିଶ ମଙ୍ଗଳବାର ଅପରାହ୍ନ ୪ଟାରେ ତାଙ୍କ ବିଲରେ ଥିବା ଫାର୍ମ ହାଉସ୍ରେ ମାଛଚାଷ ପାଇଁ ୬ ଫୁଟ୍ ପରିମିତ ଏକ ପାଣିଟାଙ୍କି ତିଆରି କରିଥିଲେ। ମାଛ ଯାଆଁଳ ଛାଡ଼ିବା ପାଇଁ ଉକ୍ତ ଟାଙ୍କିରେ ପାଣି ଭର୍ତ୍ତି କରିଥିଲେ। ମାତ୍ର ନୂତନ ଭାବରେ ନିର୍ମିତ ଟାଙ୍କିଟି ସୁଦୃଢ଼ ହୋଇ ନଥିବା କାରଣରୁ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ନିକଟରେ ଥିବା ନୀତିଶଙ୍କ ଉପରେ ପାଣି ମାଡ଼ିଯାଇ କାନ୍ଥ ପଡ଼ିଯାଇଥିଲା। ଘଟଣାସ୍ଥଳରେ ଚାପିହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ନୀତିଶଙ୍କ ସାନ ଭାଇ ମଧ୍ୟ ଉକ୍ତ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବିଜେପୁର ପୁଲିସ୍ ଘଟଣାସ୍ଥଳରେ ପହଂଚି ଏକ ମାମାଲା ରୁଜୁକରି ଶବ ବ୍ୟବେଚ୍ଛଦ ପାଇଁ ବରଗଡ଼ ପଠାଇଛି।
The post ପାଣି ଟାଙ୍କି ଭୁଶୁଡ଼ି ଯୁବ ଇଂଜିନିୟରଙ୍କ ମୃତ୍ୟୁ, ସାନ ଭାଇ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3vKDqze
0 Comments