
ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସଦର ଥାନା ଅଧିନ ସାହାଦା ନିକଟରେ ସଡ଼କ ଦୁର୍ଘଟଣାରେ ଆଜି ସକାଳେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣକ ହେଲେ ସ୍ଥାନୀୟ ପଦ୍ମପୁର ଗ୍ରାମର ସୁଚିସ୍ମିତା ଦାସ।
ମା’ ଅସୁସ୍ଥ ଥିବାରୁ ସେ ଆଜି ସକାଳେ ବାଲେଶ୍ୱର ବଡ଼ ଡାକ୍ତରଖାନାରେ ଆଗୁଆ ଟିକେଟ କରିବାକୁ ଆସୁଥିବା ବେଳେ ସାହାଦା ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ଘଟଣାସ୍ଥଳରେ ସୁଚିସ୍ମିତାଙ୍କର ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ସହ ଥିବା ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ବର ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
The post ମା’ ଙ୍କ ଚିକିତ୍ସା ପାଇଁ ମେଡିକାଲ ଆସୁଥିବାବେଳେ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/2TdqL9k
0 Comments