
ମାଲକାନଗିରି: ମାଲକାନଗିରି ସଦର ବ୍ଲକରେ ଗତକାଲି ନନ୍ଦ ଦୁଲାଲ ମଜୁମଦାର ନାମକ ଠିକାଦାର ନିଜର ଠିକା କାମର ବିଲ ପାଇଁ ଦୌଡି ଦୌଡି ନୟାନ୍ତ ହୋଇ ଯାଇଥିଲେ। ଏନେଇ ସେ ବିଡିଓଙ୍କୁ ଭେଟି ବିଲ କରିବା ପାଇଁ ଅନୁରୋଧ କରିବାରୁ ବିଡିଓ ତାଂକୁ ପାଇଖାନା ପିଛା ଏକ ହଜାର ଟଂକା ଏବଂ ଇନ୍ଦାରା ଆବସ ପିଛା ୧୦ ହଜାର ଟଂକା ପିସି ମାଗିଥିବା ଶ୍ରୀ ମଜୁମଦାର ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ। ତେବେ ଏନେଇ ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ସ୍ବିଇଚ ଅଫ କରିବା ସହ ତାଂକର ସାକ୍ଷାତ ମିଳି ପାରିନଥିଲା। ତେବେ ଆଜି ଭୋର ସକାଳୁ ସୋସିଆଲ ମିଡିଆରେ ସେ ଏକ ଭିଡିଓ ଅପଲୋଡ କରିଥିଲେ। ଏଥିରେ ସେ ନିଜର ସ୍ପଟିକରଣ ଦେଇଥିଲେ। ସେ କହିଛନ୍ତି ଯେ ଆଇଏଚଏଚଏଲ ବା ବିଜୁ ପକ୍କା ଘର ନିଜେ ହିତାଧିକାରୀ ନିର୍ମାଣ କରିବା ସହ ତାଂକ ଆକାଉଣ୍ଟକୁ ଟଂକା ଯାଇଥାଏ। ଗତକାଲି ମାଲକାନଗିରି ବ୍ଲକ ଆଗରେ ଯେଉଁ ବ୍ୟକ୍ତି ଧାରଣା ଦେଇଥିଲେ। ସେ ତୃତୀୟ ବ୍ୟକ୍ତି।ତାଂକୁ ସେ ଜାଣିନଥିବା କହିଥିଲେ। ଏନେଇ ସେ ଗତ ୧ ଏବଂ ୨ ତାରିଖରେ ଶିଖପାଲୀ ଏବଂ ତଣ୍ଡାପାଲୀ ପଞ୍ଚାୟତରେ ନିର୍ମାଣ ହେଉଥିବା ପାଇଖାନା ଗୁଡିକ ତଦନ୍ତ କରିଥିଲେ।
ସେଗୁଡିକ ସଂପୂର୍ଣ୍ଣ ହୋଇଥିବା ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ପତ୍ର ମଧ୍ୟ ଲେଖିଥିଲେ ବୋଲି କହିଥିଲେ। ତେବେ ସେ ବିଡିଓଙ୍କୁ କିପରି ଟଂକା ମାଗୁଥିଲେ ବୋଲି ମିଥ୍ୟା ପ୍ରଚାର କରୁଛନ୍ତି। ଯାହା ସୋସିଆଲ ମିଡିଆ, ପ୍ରିଣ୍ଟ ମିଡିଆ ଏବଂ ଇଲେକଟ୍ରନିକ ମିଡିଆରେ ତାଂକ ନାମରେ ଅପପ୍ରଚାର କରାଯାଉଛି। ତେଣୁ ସେହି ବ୍ୟକ୍ତି ନାମରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧମକ ଦେଇଛନ୍ତି। ତେବେ ଏଥିରେ କିଏ ସତ କହୁଛି ତାହା ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପରେ ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
The post ଠିକା କାମରେ ବିଲ ପାଇଁ ପିସି ଅଭିଯୋଗ ଘଟଣା first appeared on Sambad.from ଜିଲ୍ଲା | Sambad https://ift.tt/3pMGoko
0 Comments