
ବରଗଡ଼/ଭଟଲି : ଛତିଶଗଡ଼ରୁ ଓଡ଼ିଶାକୁ ବ୍ୟାପକ ଧାନ ପଶୁଛି। ବୁଧବାର ବିଳମ୍ବିତ ରାତିରେ ଛତିଶଗଡ଼ରୁ ଧାନ ବୋଝେଇ ଟ୍ରକ୍ ଆସୁଥିବାବେଳେ ଭଟଲି ବ୍ଲକ୍ ତରାଜୁଙ୍ଗା ଛକ ପାଖରେ ଗାଁ ଲୋକେ ତାକୁ ଧରିଥିଲେ। ଟ୍ରକ୍ ଭିତରେ ୬୬୪ ବସ୍ତା ଧାନ ଥିଲା। ଖବର ପାଇ ସ୍ଥାନୀୟ ବିଡିଓ ଘଟଣାସ୍ଥଳକୁ ପହଂଚି ଟ୍ରକ୍କୁ ପୁଲିସ୍ ଜିମାରେ ଦେଇଥିଲେ।
ଓଡି ୧୫ଏମ୍ ୬୦୦୪ ନମ୍ବର ବିଶିଷ୍ଟ ଏହି ଟ୍ରକ୍ ଛତିଶଗଡ଼ ସରିଆ ଜିଲ୍ଲା ଗୁଲୁମୁଣ୍ଡା ଅଂଚଳରୁ ବାହାରି ଗୋଡ଼ଭଗାସ୍ଥିତ ଗୋଟିଏ ମିଲ୍କୁ ଯାଉଥିଲା। ଯୋଗାଣ ବିଭାଗ ଅଧିକାରୀମାନେ ଡ୍ରାଇଭରକୁ ଜେରା କରିଥିଲେ। ଧାନର କାଗଜପତ୍ର ଦେଖାଇନପାରିବାରୁ ଟ୍ରକ୍ ଓ ଧାନକୁ ଜବତ କରାଯାଇଛି। ଅନ୍ୟପକ୍ଷରେ ଗୁରୁବାର ଅପରାହ୍ଣରେ ଭଟଲି ବ୍ଲକ୍ ଅଂଚଳରେ ଯୋଗାଣ ବିଭାଗ ପକ୍ଷରୁ ଧାନ ବୋଝେଇ ଟ୍ରକ୍ ଜବତ ହୋଇଥିବା ଜଣାପଡ଼ିଛି।
The post ଛତିଶଗଡ଼ରୁ ଓଡ଼ିଶା ପଶୁଛି ଧାନ, ୬ଶହ ବସ୍ତା ଧାନ ସହ ଟ୍ରକ୍ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/2RJFCZ1
0 Comments