ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟିର ଖରିଫ-୨୦୨୧ ବୈଠକ

ଖୋର୍ଦ୍ଧା: ଖରିଫ ୨୦୨୧ ପାଇଁ ଆଜି ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ ଋତୁରେ ୧ଲକ୍ଷ ୨୦ ହଜାର ଜମିରେ ହେକ୍ଟର ଜମିରେ ଧାନ ଚାଷ କରାଯିବା ସହ ଏହା ମଧ୍ୟରୁ ଜଳସେଚନ ସୁବିଧା ନଥିବା ୫୯ ହଜାର ହେକ୍ଟର ଜମିକୁ କୃତ୍ରିମ ଉପାୟରେ ଜଳ ଯୋଗାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍‌‌ଫରେନ୍‌ସିଂ ଜରିଆରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ।

ବୈଠକରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଣେଶ ପ୍ରସାଦ ଦାସ ଜିଲ୍ଲାରେ କୃଷିର ସ୍ଥିତି ଓ ଆଗାମୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲାରେ ଚଳିତ ବର୍ଷ ୧ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଖରିଫ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ମଧ୍ୟରୁ ଅଣଜଳସେଚିତ ୫୮ହଜାର ୮୯ ହେକ୍ଟର ଜମିକୁ ବୋର୍ୱେଲ୍, ଡଗ୍ୱେଲ୍ ଓ ଅନ୍ୟ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ କରାଯିବ। ଏଥିପାଇଁ ଚାଷୀମାନଙ୍କୁ ଅଧିକ ପରିମାଣରେ ପମ୍ପ୍ସେଟ୍ ଯୋଗାଇ ଦିଆଯିବ। ଜିଲ୍ଳାରେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ୭୧ଟି ଟି ଆଡ଼ିବନ୍ଧ ନିର୍ମାଣ କରାଯାଇ କୃଷି ଉପଯୋଗୀ କରାଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ ଅଧିକ ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ। ଯେଉଁ ଅଂଚଳରେ ବୃଷ୍ଟିପାତ ସ୍ୱାଭାବିକ ଭାବେ କମ୍ ସେହି ଅଂଚଳରେ ଅଧିକ ଡଗ୍ୱେଲ୍ ଓ ବୋର୍ୱେଲ୍ ସ୍ଥାପନା କରାଯିବ। କୃଷକଙ୍କ ଆୟ ବୃଦ୍ଧି ପାଇଁ ସମନ୍ୱିତ କୃଷି ଓ ଜୈବିକ ସାର ବ୍ୟବହାର ବୃଦ୍ଧି ପାଇଁ ‘ମୋ ଖତ’ ଯୋଜନା ଉପରେ ଗୁରୁତ୍ୱ ଦିଆଯିବ। ୨୦୨୦-୨୧ରେ ବଳରାମ ଯୋଜନାରେ ୧୩୩ଟି ଭୂମିହୀନ ଓ ନାମମାତ୍ର ଚାଷୀଙ୍କ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି କରାଯିବ। ଚଳିତ ଖରିଫରେ ୫ ହଜାର ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା କରିବା ଓ କୃଷକଙ୍କ ପାଇଁ ୩୨ଟି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୧-୨୨ ଖରିଫ ଋତୁରେ ସମବାୟ ବ୍ୟାଙ୍କ ଜରିଆରେ ୩୫୨ କୋଟି ଟଙ୍କା କୃଷି ଋଣ ଓ ଜାତୀୟକରଣ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ୨୭୩ କୋଟି ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଲିଡ୍ ଜିଲ୍ଲା ପରିଚାଳକ, ଏଜିଏମ୍ ନାବାର୍ଡ, କୃଷି ବିଜ୍ଞାନ କେନ୍ଦ୍ର ଓ ସିଫାର କୃଷି ବୈଜ୍ଞାନିକ, ଜଳଛାୟା ପ୍ରକଳ୍ପ ନିଦେ୍ର୍ଦଶକ, ଖୋର୍ଦ୍ଧା ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, କୃଷି ଓ ଉଦ୍ୟାନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

The post ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟିର ଖରିଫ-୨୦୨୧ ବୈଠକ first appeared on Sambad.

from ଜିଲ୍ଲା | Sambad https://ift.tt/3x6iSBA

Post a Comment

0 Comments