
ବଲାଙ୍ଗୀର: କଥାରେ ଅଛି ଜନନୀ ଓ ଜନ୍ମଭୂମି ସ୍ୱର୍ଗଠୁ ବି ବଡ଼। ଏହି ଆପ୍ତବାକ୍ୟକୁ ମାନି କରୋନା ମହାମାରୀ ସମୟରେ ନିଜ ଜନ୍ମମାଟିକୁ ଭୁଲିନାହାନ୍ତି ଓଡ଼ିଆ ଡାକ୍ତର ଚିତ୍ତରଂଜନ ଜୋଷୀ। ବର୍ତ୍ତମାନ ଅକ୍ସିଜେନ ପାଇଁ ରୋଗୀ ଛଟପଟ ହେଉଥିବା ବେଳେ ନିଜ ଜନ୍ମମାଟିର ଲୋକଙ୍କ ଚିକିତ୍ସା ସକାଶେ ବିଦେଶରେ ରହି ପଠାଇଛନ୍ତି ୧୫ଟି ଅକ୍ସିଜେନ କନ୍ସେଣ୍ଟ୍ରେଟର।
ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଡାକ୍ତର ଚିତ୍ତରଂଜନ ଜୋଷୀ ଏବେ ଅଷ୍ଟ୍ରେଲିଆର ନାଗରିକ। ସେ ଅଷ୍ଟ୍ରେଲିଆର ଆଡିଲେଟ ନିବାସୀ। କିନ୍ତୁ ବଲାଙ୍ଗୀର ମାଟିରେ ତାଙ୍କର ଜନ୍ମ। ବଲାଙ୍ଗୀରର ମୂଳବାସିନ୍ଦା। କରୋନା ମହାମାରୀ ସମୟରେ ବଲାଙ୍ଗୀର ଜିଲ୍ଲାର ସ୍ଥିତି ସଂପର୍କରେ ପ୍ରତିଦିନ ସେ ପରିବାର ଲୋକଙ୍କ ପାଖରୁ ବୁଝନ୍ତି। ଅକ୍ସିଜେନ ସମସ୍ୟା ବିଷୟରେ ଜାଣିବା ପରେ ସିଧାସଳଖ ସେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ବିଶ୍ୱର ବିଭିନ୍ନ ଦେଶରୁ ଅକ୍ସିଜେନ କନ୍ସେଣ୍ଟ୍ରେଟର ପଠାଇବାର ବନ୍ଦୋବସ୍ତ କରିଥିଲେ। ସେ ୧୫ଟି ଅକ୍ସିଜେନ କନ୍ସେଣ୍ଟ୍ରେଟର ବଲାଙ୍ଗୀର ସିଡିଏମ୍ଓଙ୍କ ନିକଟକୁ ପଠାଇଛନ୍ତି, ଯାହାର ମୂଲ୍ୟ ୧୦ଲକ୍ଷ ୫୦ ହଜାର ଟଙ୍କା।
The post ବିଦେଶରେ ଥାଇ ୧୫ଟି ଅକ୍ସିଜେନ କନ୍ସେଣ୍ଟ୍ରେଟର ପଠାଇଲେ ଓଡ଼ିଆ ଡାକ୍ତର first appeared on Sambad.from ଜିଲ୍ଲା | Sambad https://ift.tt/3xd53RT
0 Comments