
ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ବାଉଁଶୁଣି ଗ୍ରାମର ଅଜିତ ପାଣ୍ଡେ ଓ ତାଙ୍କ ସ୍ତ୍ରୀ ତାମିଲନାଡୁରେ ନିର୍ଯାତିତ ହେଉଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏହି ଦମ୍ପତିଙ୍କୁ ଉଦ୍ଧାର କରିଛି।
ଅଜିତ ପାଣ୍ଡେ ସ୍ତ୍ରୀ ସହ ତାମିଲନାଡ଼ୁର ଦାରାବରମ ଜିଲ୍ଲା ତିରପୁରକୁ କାମ କରିବାକୁ ଯାଇଥିଲେ। ସ୍ତ୍ରୀ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କ ମାଲିକ ଚିକିତ୍ସା ବ୍ୟବସ୍ଥା କରି ନଥିଲେ। ଉଭୟଙ୍କୁ ଘରେ ବନ୍ଧକ ରଖିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଅଜିତ ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଏ ବାବଦରେ ‘ସମ୍ବାଦ’ରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ଏହା ପରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର ପାଇଁ ତତ୍ପରତା ପ୍ରକାଶ କରିଥିଲେ। ତାମିଲନାଡ଼ୁ ପ୍ରଶାସନ ସହ ଯୋଗାଯୋଗ କରି ଉଭୟଙ୍କୁ ଉଦ୍ଧାର କରାଯାଇଛି। ସେମାନେ ଟ୍ରେନ୍ ବସି ଘରକୁ ଫେରୁଥିବା ଜଣାଯାଇଛି। ଏ ବାବଦରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ବର ଖାଖାଙ୍କୁ ପଚାରିବାରୁ ଉଭୟେ ଟ୍ରେନ୍ରେ ବସି ଘରକୁ ଫେରୁଥିବା କହିଛନ୍ତି। ସେମାନଙ୍କ ଉଦ୍ଧାର ପାଇଁ ବାଉଁଶୁଣି ସରପଞ୍ଚ ରୀନା ମହଲା ମଧ୍ୟ ପ୍ରଶାସନ ସହ ଆଲୋଚନା କରିଥିଲେ।
The post ପ୍ରଶାସନର ସହାୟତାରେ ତାମିଲନାଡ଼ୁରୁ ଉଦ୍ଧାର ହେଲେ ଦାଦନ ଦମ୍ପତି first appeared on Sambad.from ଜିଲ୍ଲା | Sambad https://ift.tt/3zD10jx
0 Comments