
କାଳିଆପାଣି : ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଗତକାଲି ୭୬ ଜଣ ମାଙ୍କେଡ଼ିଆ ଜନଜାତିର ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍ କରୋନା ଟିକା ଦିଆଯାଇଛି। ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦେଶରେ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିରଞ୍ଚି ନାରାୟଣ ବାରିକ, ସୁକିନ୍ଦା ବିଡିଓ ବିଶ୍ବଜିତ ଦାସ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ. ଜୟଦେବ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ମହ୍ଲାରସାହିସ୍ଥିତ କାଟେପୂର୍ତ୍ତି ପ୍ରାଥମିକ ସ୍କୁଲରେ ଟିକାଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ଶିବିରରେ ୩ ଶହ ମାଙ୍କେଡ଼ିଆଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଅଧିକାଂଶ ଲୋକ ଟିକା ଡରରେ ଘର ଛାଡ଼ି ପଳାଇଥିଲେ। ଏଇ ମଉକାରେ ୨୨୪ ଜଣ ସ୍ଥାନୀୟ ଲୋକ ଟିକାକରଣରେ ସାମିଲ ହୋଇଥିଲେ। ସିରିଞ୍ଜ୍ ଅଭାବରୁ ୧୦ ଟି ଟିକା ବଳକା ରହିଥିଲା। ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ପତି, ସରପଞ୍ଚ ବିଶ୍ବଜିତ ମହାନ୍ତି, ବିପିଏମ୍ ବିଶ୍ବଜିତ ସ୍ବାଇଁ, ପ୍ରଧାନଶିକ୍ଷକ ହେମନ୍ତ କୁମାର ସାହୁ, ଅଙ୍ଗନବାଡ଼ି କର୍ମୀ ଛବି ନାଏକ ପ୍ରମୁଖ ଟିକାଦାନରେ ସହଯୋଗ କରିଥିଲେ।
The post ଟିକା ନେଲେ ୭୬ ଜଣ ମାଙ୍କେଡ଼ିଆ, ଡରରେ ଲୁଚିଲେ ୩ ଶହ first appeared on Sambad.from ଜିଲ୍ଲା | Sambad https://ift.tt/3hcDIZq
0 Comments