
କଟକ : ଗୋଟିଏ ସମୟରେ ଗ୍ୟାଙ୍ଗଷ୍ଟର ହାଇଦର୍ ଓ ଟିଟୋ ଗ୍ୟାଙ୍ଗ୍କୁ ବେଆଇନ ବନ୍ଧୁକ ଯୋଗାଉଥିବା ତାଳଚେର ପାଇକସାହିର କୁଖ୍ୟାତ ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ଟୁକୁନା ସ୍ବାଇଁ ଏବେ କମିସନରେଟ୍ ପୁଲିସର ରିମାଣ୍ଡରେ ଆସିଛି। ପୁଲିସ ରାଜ୍ୟର ୨୫ ଜଣ ବନ୍ଧୁକ ଗ୍ରାହକଙ୍କ ତାଲିକା ପ୍ରସ୍ତୁତ କରିଛି। କଟକ ସମେତ ଅନୁଗୁଳ, ଜଗତସିଂହପୁର, ଭୁବନେଶ୍ବର, ଢେଙ୍କାନାଳରେ ଟୁକୁନା ଅପରାଧୀଙ୍କୁ ବନ୍ଧୁକ ବିକ୍ରି କରିଥିବା ନେଇ ପୁଲିସକୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ମଙ୍ଗଳାବାଗ ଥାନା ପୁଲିସ ଯେଉଁ ୫ଟି ବନ୍ଧୁକ ଓ ୩୦ ରାଉଣ୍ଡ ଗୁଳି ଜବତ କରିଛି। ଏସବୁ ଟୁକୁନାର ବୟାନ ଆଧାରରେ ହିଁ ଜବତ କରାଯାଇଛି। ଗିରଫ ୬ ଅପରାଧୀଙ୍କୁ ବି ଟୁକୁନା ବନ୍ଧୁକ ବିକ୍ରି କରିଥିଲା। କମିସନରେଟ୍ ପୁଲିସ ଟୁକୁନାର ବୟାନ ଆଧାରରେ ଖୁବ ଶୀଘ୍ର ବଡ଼ ଅପରେସନ୍ କରିବାକୁ ଯାଉଥିବା ସୂଚନା ମିଳିଛି।
ଅନୁଗୁଳ ଜିଲ୍ଲା ତାଳଚେର ବଡ଼ପଡ଼ାର ବେଆଇନ୍ ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ କୁଖ୍ୟାତ ବନ୍ଧୁକ ମାଫିଆ ଟୁକୁନା ସ୍ବାଇଁ ଏବେ ପୁରା କମିସନରେଟ୍ ପୁଲିସ ଅଞ୍ଚଳ ଓ ପଡ଼ୋଶୀ କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ନିଜ ନିୟନ୍ତ୍ରଣରେ ରଖିଛି। ଟୁକୁନା ଜେଲରୁ ଆସିବା ପରେ ଗଲା ୧୫ ଦିନ ତଳେ ତାକୁ ପୁଣି ଏସ୍ଟିଏଫ୍ ଗିରଫ କରିଥିଲା।
The post କୁଖ୍ୟାତ ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ଟୁକୁନାର କାରନାମା, ୨୫ ଅପରାଧୀଙ୍କୁ ବିକିଛି ବନ୍ଧୁକ first appeared on Sambad.from ଜିଲ୍ଲା | Sambad https://ift.tt/3vqKqQy
0 Comments