ଜୟପୁର: ଚଳିତ ମାସ ପହିଲାରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବା ବେଳ‌େ ସେଥିରେ ବ୍ୟପକ ଅବ୍ୟବସ୍ଥା ଦେଖା ଦେଇଛି। ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେଉଥିବା ମଣ୍ଡିରୁ ଧାନ ଉଠିପାରୁ ନାହିଁ। ଧାନ କିଣାବିକା ଅବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆଜି ବିଜେପି କୃଷକ ମ‌ୋର୍ଚ୍ଚା ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଯେଉଁ ଚାଷୀ ପଞ୍ଜିକରଣ କରିଛନ୍ତି, ସମସ୍ତଙ୍କର ବିଧିବଦ୍ଧ ଭାବ ଧାନ କିଣାଯାଉ, ଟୋକେନ୍‌ର ସମୟସୀମା ନିର୍ଦ୍ଧାରଣ ନକରି ଟୋକେନ ପାଇ ମଣ୍ଡିରେ ପହଞ୍ଚୁଥିବା ଚାଷୀଙ୍କ ଧାନ କିଣାଯାଉ, ଧାନ ଲୋଡିଙ୍ଗ୍, ଅନ୍‌ ଲୋଡିଙ୍ଗ୍, ପରିବହନ, ବସ୍ତା ଆଦି ବହୁ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଥିବା ବେଳେ ସେହି ଟଙ୍କା ଚାଷୀଙ୍କ ନିକଟରେ ପହଞ୍ଚି ପାରୁନାହିଁ ଏହାର ତଦନ୍ତ କରାଯାଉ, ଧାନ କିଣୁଥିବା ସଂସ୍ଥା ଓ ପେକ୍ସକୁ କମିଶନ ମିଳୁଥିବା ବ‌େଳେ ସେହି ଟଙ୍କା ବିନିଯୋଗରେ ଧାନ ରଖିବା ପାଇଁ ଆବଶ୍ୟକୀୟ ଗ‌ୋଦାମ ତିଆରି କରାଯାଉନାହିଁ, ଧାନ କିଣିବା ବେଳେ କଟନି ଛଟନି ବ୍ୟବସ୍ଥାକୁ ବନ୍ଦ କରି ମିଲରଙ୍କ ବିରୁଧରେ କଡା ପଦକ୍ଷେପ ଗ୍ରହଣ କରାଯାଉ, ବର୍ଷା ଯୋଗୁଁ ଯେଉଁମାନଙ୍କ ଫସଲ ନଷ୍ଟ ହୋଇଛି ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।

କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ବିପଦ ଭଂଜନ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀନାରାୟଣ ପାଢ଼ୀ, ଜୟପୁର ମଣ୍ଡଳ ସଭାପତି ସାଧୁଚରଣ ଦାଶ ଚୌଧୁରୀ, ଗିର୍ଲା ମଣ୍ଡଳ ସଭାପତି ସୁଶାନ୍ତ ପାଣିଗ୍ରାହୀ, ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ଅଶ୍ୱିନୀ ପଟ୍ଟନାୟକ ଓ ମନୋଜ ପଟ୍ଟନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

 

The post ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର first appeared on Sambad.

from ଜିଲ୍ଲା | Sambad https://ift.tt/3vd6huN