
ନବରଙ୍ଗପୁର : ପରିବେଶ ସୁରକ୍ଷା ପାଇଁ ହାତରେ କୋଦାଳ ଧରିଲେ ଜିଲ୍ଲାର ୩ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ । ଆଜି ବିଶ୍ବ ପରିବେଶ ଦିବସ ଅବସର ରେ ଓଁ ଶାନ୍ତି ଓ ପୁଲିସ ରିଜର୍ବ ପଡିଆରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମିନା, ଖଣ୍ଡିୟ ବନ ଅଧିକାରୀ ମଗର ଧନଜି ରାଓସ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଏହି ୩ ପ୍ରଶାସନିକ ଅଧିକାରୀ ବୃକ୍ଷ ରୋପଣ କରିବା ସହ ନିଜେ କଦାଳ ଧରି ମାଟି ପକାଉଥିବା ଦେଖିବାକୁ ମିଳିଥିଲା। କରୋନା ରେ ସଂକ୍ରମଣ ହୋଇ ପ୍ରାଣ ହରାଇଥିବା ୧୧୪ ଜଣ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଓଁ ଶାନ୍ତି ର ଆନନ୍ଦ ସରୋବର ରେ ବୃକ୍ଷ ରୋପଣ କରିଥିଲେ। ଉକ୍ତ ସ୍ଥାନରେ ୧୧୪ ଗୋଟି ଆମ୍ବ ଗଛ ଲଗାଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ, ସହକାରୀ ବନ ସଂରକ୍ଷକ ଧନଞ୍ଜୟ ମହାପାତ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ , ବାଣେଶ୍ୱର ରାଓ ସୁବୁଦ୍ଧି, ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର ଓଁ ଶାନ୍ତି ମୁଖ୍ୟ ପ୍ରଶାସିକା ବ୍ରହ୍ମକୁମାରୀ ନିଲମ ଦିଦି ପ୍ରମୁଖ ଭାଗ ନେଇଥିଲେ । ସେହିପରି ଭାବେ ଅନୁରୁପ ଭାବେ ରିଜର୍ବ ପଡିଆ, ନବରଙ୍ଗପୁର ଥାନା ନିକଟସ୍ଥ ମଣ୍ଡେଇ ପଡିଆ, ନୂଆ ଜିଲ୍ଲା କୋର୍ଟ ପରିସରରେ ବି ବିଶ୍ବ ପରିବେଶ ଦିବସ ଅବସର ରେ ବୃକ୍ଷ ରୋପଣ କରାଯାଇଛି। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅବସର ରେ ଏହି ୩ ପ୍ରମୁଖ ଅଧିକାରୀ କହିଛନ୍ତି ଭାରତରେ ଗୋଟିଏ ଲୋକଙ୍କ ପିଛା ବର୍ତ୍ତମାନ ଦେଶରେ ୨୮ ଟି ଗଛ ଥିବା ସମୟରେ ପାଶ୍ଚାତ୍ୟ ଦେଶ କାନାଡା ରେ ମୁଣ୍ଡ ପିଛା ୫୦୦୦ ହଜାରରୁ ଅଧିକ ଗଛ ଅଛି। ଦେଶରେ ବର୍ତ୍ତମାନ କରୋନା ସମୟରେ ଅମ୍ଳଜାନ ଜନିତ ସମସ୍ୟା ଦୂର କରିବାକୁ ହେଲେ ପ୍ରତ୍ୟେକ ସରକାରୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ, ମଶାଣି, ଆମୋଦ ପ୍ରମୋଦ ଉଦ୍ୟାନ ଏବଂ ଖୋଲା ସ୍ଥାନ ମାନଙ୍କରେ ବ୍ୟାପକ ବୃକ୍ଷ ରୋପଣ କରିବା ଛଡା ଅନ୍ୟ ଉପାୟ ନାହିଁ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଜନ୍ମ ଦିନ , ବିବାହ ବାର୍ଷିକି ଓ ପିତୃପୁରୁଷଙ୍କ ଶ୍ରାଦ୍ଧ ଦିବସରେ ଗୋଟିଏ ବୃକ୍ଷ ରୋପଣ କରି ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଥିଲେ । ସେହିଭଳି ଭାବେ ଆଜି ଅପରାହ୍ନ ରେ ସହର ମଧ୍ୟରେ ଥିବା ପୁଲିସ ମଣ୍ଡେଇ ପଡିଆ ରେ ୫୦ ଟି ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଏସଡିପିଓ ନିହାର ରଂଜନ ପ୍ରଧାନ, ଥାନା ଅଧିକାରୀ ତାରିକ ଅହମ୍ମଦ, ଏସଆଇ ମକର ପ୍ରଧାନ, ଅମିତନ ମାଝୀ, ଗୌର ବିଷୋୟୀ ପ୍ରମୁଖଙ୍କ ସମେତ ସମସ୍ତ ଥାନାର ଷ୍ଟାଫ ମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।
The post ପରିବେଶ ସୁରକ୍ଷା ପାଇଁ କୋଦାଳ ଧରିଲେ ଜିଲ୍ଲାର ୩ ଜଣ ମୁଖ୍ୟ ପ୍ରଶାସନିକ ଅଧିକାରୀ first appeared on Sambad.from ଜିଲ୍ଲା | Sambad https://ift.tt/3wZxylH
0 Comments