
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଗଞ୍ଜାମ ଓ ରମ୍ଭା ଏନ୍ଏସିରେ ଇନ୍ଡୋର ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଗଞ୍ଜାମ ଓ ରମ୍ଭାର ବହୁ ପ୍ରତିଷ୍ଠିତ କ୍ରାଡାବିତ୍ ଉତ୍ତମ ପ୍ରଦର୍ଶନ କରି ଜାତୀୟସ୍ତରରେ ବି ସୁନାମ ଆଣିଛନ୍ତି। ସେମାନଙ୍କୁ ନେଇ ଛତ୍ରପୁର ନିର୍ବାଚନମଣ୍ଡଳୀ ଗୌରବ ଅନୁଭବ କରୁଛି। ତେବେ ଏଠାରେ ଭଲ ଖେଳ ପଡିଆ ନଥିବାରୁ କ୍ରୀଡାବିତଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରୁନି। କ୍ରୀଡାବିତଙ୍କୁ ଉତ୍ସାହିତ କରିବା ଲାଗି ଗଞ୍ଜାମ ଓ ରମ୍ଭାରେ ଆଧୁନିକଧରଣର ଖେଳପଡିଆ ତଥା ଇନ୍ଡୋର ଷ୍ଟାଡିୟମ୍ ନିର୍ମାଣର ଆବଶ୍ୟକତା ରହିଛି।
ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦୁଇ ଏନଏସିରେ ଖେଳାଳିମାନଙ୍କ ସହ ବିଧାୟକ ଶ୍ରୀ ବେହେରା ଆଜି ୫-ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ପ୍ରସ୍ତାବ ଆଗତ କରିଛନ୍ତି। ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଛତ୍ରପୁର ବିଧାୟକଙ୍କ ସମେତ ଗଞ୍ଜାମ ଓ ରମ୍ଭା ଏନଏସିର କ୍ରୀଡାବିତ୍ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ପୂର୍ବତନ ରମ୍ଭା ଏନଏସି ଅଧ୍ୟକ୍ଷା ସୌଦାମିନୀ ବିଶ୍ୱାଳ, ସୋନିଆ ଦେବୀ, ପୂର୍ବତନ ସାଂସଦ ପ୍ରତିନିଧି ସୁଧୀର ପାଢି, ପୂର୍ବତନ ଗଞ୍ଜାମ ଏନଏସି ଉପନଗରପାଳ ନୀଳାଞ୍ଚଳ ବାରିକ, ସୂର୍ଯ୍ୟନାରାୟଣ ପାତ୍ର, ରାକେଶ ଦାଶ, ମଦନ ପାଢିଙ୍କ ସମେତ ବହୁ କ୍ରୀଡାବିତ୍ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।
The post ଗଞ୍ଜାମ ଓ ରମ୍ଭା ଏନ୍ଏସିରେ ଇନ୍ଡୋର ଷ୍ଟାଡିୟମ୍ ନିର୍ମାଣ ନେଇ ୫-ଟି ସଚିବଙ୍କ ସହ ଛତ୍ରପୁର ବିଧାୟକଙ୍କ ଆଲୋଚନା first appeared on Sambad.from ଜିଲ୍ଲା | Sambad https://ift.tt/35SinPR
0 Comments