
ଜଗତସିଂହପୁର: କରୋନା ସଂକ୍ରମଣ ବଢୁଥିବା ବେଳେ କିଛି ଅମାନିଆ କଟକଣାକୁ ଫୁ କରୁଛନ୍ତି। ରଜ ସାବିତ୍ରୀ ପାଇଁ ଜଗତସିଂହପୁର ସହରରେ ଲୁଚା ଛପାରେ ଦୋକାନ ଖୋଲା ଯାଇଛି। ଆଗରେ ବଂଦ ଥିବା ବେଳେ ଭିତରେ କିନ୍ତୁ ଗହଳି ଜମୁଛି। ଏନେଇ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେଇଛି।
ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣଙ୍କ ନେତୃତ୍ୱରେ ଏକ ଟିମ ଆଜି ଚଢ଼ାଉ କରି ସହରରେ ଥିବା ଜୟ ଶ୍ରୀରାମ କ୍ଲଥ ଷ୍ଟୋର ଓ ଅଭିରାମ କ୍ଲଥ ଷ୍ଟୋରକୁ ସିଲ କରାଯାଇଛି। ଉଭୟଙ୍କୁ ୬୦ ହଜାର ଟଙ୍କା ଲେଖାଏଁ ଫାଇନ କଟାଯାଇଛି। ଗତକାଲି ଗାନ୍ଧିଛକ ଜୟ ହନୁମାନ କ୍ଲଥ ଷ୍ଟୋରକୁ ସିଲ କରିବା ସହ ୫୦ ହଜାର ଜରିମାନା ନିଆ ଯାଇଛି।
The post ରଜ ସାବିତ୍ରୀ ପାଇଁ ଶାଢ଼ୀ କିଣା ନିଶା; ଜଗତସିଂହପୁର ସହରରେ ଦୁଇଟି ଶାଢ଼ୀ ସୋ’ରୁମରୁ ଲକ୍ଷେ କୋଡିଏ ହଜାର ଜରିମାନା first appeared on Sambad.
from ଜିଲ୍ଲା | Sambad https://ift.tt/3pk4jrk
0 Comments