
ବଲାଙ୍ଗୀର : ସଚେତନତା ଅଭାବରୁ ଏବେ ଗାଁ ଗାଁରେ କୋଭିଡ ପ୍ରତିଷେଧକ ଟିକାକୁ ବାରଣ କରୁଛନ୍ତି ଲୋକେ। ବଲାଙ୍ଗୀର ଜିଲ୍ଲା ଉପାନ୍ତ ଅଂଚଳ ତୁରେକେଲା ବ୍ଲକ୍ରେ ଗୁରୁବାର ଘଟିଛି ଏଭଳି ଏକ ଘଟଣା। ତୁରେକେଲା ବ୍ଲକ୍ ବଡ଼ବାଙ୍କି ପଂଚାୟତର ଚାରପାଣି ଗାଁ ଲୋକଙ୍କୁ ଯେତେ ବୁଝସୁଝା କଲେବି ସ୍ୱାସ୍ଥ୍ୟ ବିଭାଗ ଟିମ୍ ସେଠି ହାର ମାନି ଫେରିଛନ୍ତି। ଗାଁର ଜଣେ କେହି ବି ଟିକା ନେବାକୁ ବାହାରି ନାହାନ୍ତି। ଏହି ଗାଁରେ ଘର ଘର ବୁଲି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସରପଞ୍ଚ ଟିକା ପାଇଁ ଲୋକଙ୍କୁ ବୁଝାଇଥିଲେ। ହେଲେ କେହି ବି ଟିକା ନେବାକୁ ରାଜି ହୋଇ ନଥିଲେ।
ଗାଁ ଲୋକଙ୍କ କହିବା ହେଲା, ଟିକା ନେଲେ ଲୋକେ ମରିଯାଉଛନ୍ତି। ବର୍ତ୍ତମାନ ପ୍ରବାସୀ ଶ୍ରମିକ ଫେରିବାର ସମୟ। ଏଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ କୋଭିଡ ୧୯ କ୍ୟାମ୍ପ କରି ସ୍ୱାସ୍ଥ୍ୟ ପରୀକ୍ଷା ସହ ଟିକାକରଣ କ୍ୟାମ୍ପ କରାଯାଉଛି। ଜିଲ୍ଲା ପ୍ରଶାସନ ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ଅଞ୍ଚଳକୁ ଫୋକସ କରିଛି। ତୁରେକେଲା, ବେଲପଡ଼ା, ଖପ୍ରାଖୋଲ, ବଙ୍ଗୋମୁଣ୍ଡା ଭଳି ଦାଦନପ୍ରବଣ ଅଞ୍ଚଳରେ ଟିକାକରଣ କ୍ୟାମ୍ପ ହେଉଛି। ବହୁ ଲୋକ କିନ୍ତୁ ଟିକା ନେଉ ନାହାନ୍ତି। ଏନେଇ ସିଡିଏମ୍ଓ ଡା.ଭୀମ ସାହୁଙ୍କୁ ପଚରାଯିବାରୁ ଉକ୍ତ ଗାଁରେ ବହୁ ଅନୁରୋଧ ସତ୍ୱେ ଲୋକମାନେ ଟିକା ନେବାକୁ ପ୍ରସ୍ତୁତ ହେଲେ ନାହିଁ। ସଚେତନ କରାଯାଇ ଟିକାକରଣ କରାଯିବ ବୋଲି କହିଛନ୍ତି।
The post ଉପାନ୍ତ ଇଲାକାରେ ନେଉ ନାହାନ୍ତି ଟିକା, ଚାରପାଣି ଗାଁରୁ ଫେରି ଆସିଲା ସ୍ୱାସ୍ଥ୍ୟବିଭାଗ ଟିମ first appeared on Sambad.from ଜିଲ୍ଲା | Sambad https://ift.tt/3wCK5f1
0 Comments