
ନୂଆପଡ଼ା: ନୂଆପଡା ଜିଲ୍ଲା ବୋଡେନ ଥାନା ବିନୋପୁର ଗାଁ ନିକଟ ନିର୍ମାଣାଧିନ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡମ୍ଫର ଧକ୍କାରେ ବାଇକରେ ଯାଉଥିବା ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଅଛି।
ବୋଡେନ ଥାନା ବିନୋପୁର ଗାଁର ଲକ୍ଷି ସଲମା ଏବଂ ତାଙ୍କ ସଂପର୍କୀୟ ସବିତା ନାଗ ଏକ ବାଇକରେ ଯାଉ ଥିଲେ। ବିନପୁର ନିକଟ ବିଜୁ ଏକ୍ସପ୍ରେସ ୱେରେ ଏକ ଡମ୍ଫର ସହିତ ଏହି ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା । ଡମ୍ଫର ତଳେ ଦୁଇ ଜଣ ଚାପି ହୋଇ ଯାଇ ଥିଲେ । ଜେସିବି ମେସିନ ଆସି ଦୁଇ ଜଣଙ୍କୁ ଉଦ୍ଧାର କରି ଖଡିଆଳ ମେଡିକାଲକୁ ପଠା ଯାଇ ଥିଲା ।
ମେଡିକାଲ ନେବା ବାଟରେ ଗଭବତୀ ମହିଲା ସବିତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି ।ମୃତ ମହିଳା ଜଣକ୮ମାସ ଗର୍ଭଵତୀ ଥିବା ପରିବାର ଲୋକ ଠାରୁ ପ୍ରକାଶ । ସରକାରୀ ସହାୟତା ପାଇଁ ଗ୍ରାମବାସୀ ବିନୋପୁର ଗାଁରେ ଖଡିଆଳ-ବୋଡେନ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଲାଇଛି ।
The post ବିଜୁ ଏକ୍ସପ୍ରେସ ୱେରେ ଜଗି ବସିଥିଲା ଯମ: ଡମ୍ଫର ଓ ବାଇକ ମୁହାଁମୁହିଁ ଧକ୍କାରେ ୮ ମାସ ଗଭବତୀ ମହିଳା ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3wRU53M
0 Comments