ମୁରିବାହାଲ : ଗତ ମାସ ୧୭ତାରିଖ ଦିନ ବଙ୍ଗୋମୁଣ୍ଡା-ଟିଟିଲାଗଡ଼ ରାସ୍ତାରେ ଘଟିଥିବା ଡକାୟତି ଉଦ୍ୟମ ମାମଲାର ଦୁଇ ଫେରାର ଅଭିଯୁକ୍ତଙ୍କୁ ମୁରିବାହାଲ ପୁଲିସ ଗିରଫ କରିଛି। ଗିରଫ ଦ୍ବୟ ହେଲେ ଅଭିଷେକ ସରାଫ (୨୩) ଓ ଭୁଲେ ପାୟସିଂ(୨୪)। ପୁଲିସ ଉଭୟଙ୍କୁ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ରୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଗତ ମାସ ୧୭ରେ ବଙ୍ଗୋମୁଣ୍ଡା- ଟିଟିଲାଗଡ଼ ରାସ୍ତାରେ ପୁଲିସ ଯାଞ୍ଚ କରୁଥିଲା। ସେତେବେଳେ ଗୁରୁଣ୍ଡା-ଭୋଇପଡ଼ା ଗ୍ରାମ ମଝିରେ ଏକ ନମ୍ବର ବିହୀନ ବାଇକ୍‌ରେ ଥିବା ତିନି ଯୁବକଙ୍କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ତିନିଟି ମୋବାଇଲ ଜବତ କରିଥିଲା। ସେମାନେ ହେଲେ ବଙ୍ଗୋମୁଣ୍ଡା ଥାନା ସଦରର ଦୁଃଖୀରାମ ସରାଫ(୨୮), ମୁରିବାହାଲ ଥାନା ଭୋଇପଡ଼ାର ବସନ୍ତ ସରାଫ(୨୧) ଓ ଧ୍ୱଜ ସରାଫ(୧୯)। ଅନ୍ୟ ଦୁଇଟି ବାଇକ୍‌ରେ ଥିବା ବଙ୍ଗୋମୁଣ୍ଡାର ଅଭିଷେକ ଓ ଭୁଲେ ଘଟଣାସ୍ଥଳରୁ ସେତେବେଳେ ଫେରାର ହୋଇଯାଇଥିଲେ।

The post ଡକାୟତି ଉଦ୍ୟମ ମାମଲା: ଦୁଇ ଫେରାର ଅଭିଯୁକ୍ତ ମାସେ ପରେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2TxxmLX