କଟକ : କଟକରୁ ୭୦ ଲକ୍ଷ ଟଙ୍କାର ନକଲି  ଔଷଧ ଜବତ୍‌ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି କାରବାରର ମୁଖ୍ୟ ଶିବ ପ୍ରସନ୍ନ ଜେନା, ତାଙ୍କ ପତ୍ନୀଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। କିନ୍ତୁ ଏଭଳି କାରବାରକୁ ରୋକିବା ଯୋଜନାରେ ରାଜ୍ୟ ଔଷଧ ବ୍ୟବସାୟୀ ମହାସଂଘ କଠୋର ଆଭିମୁଖ୍ୟ ଗ୍ରହଣ କରି ଓଡ଼ିଶା ବଜାରରେ ବ୍ୟବସାୟ କରୁଥିବା ୧୫୦ଟି ମେଡିସିନ୍‌ କମ୍ପାନିଙ୍କୁ ଆନାଲିଟିକାଲ ସାର୍ଟିଫିକେଟ ମାଗିଥିଲେ ବି ଏଯାଏ ମାତ୍ର ୧୫ଟି ସଂସ୍ଥା ସାର୍ଟିଫିକେଟ ଦାଖଲ  କରିଛନ୍ତି। ସେହିପରି ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ’ ସଂସ୍ଥ‌ାରୁ ଔଷଧ କିଣିଥିବା ବ୍ୟବସାୟୀଙ୍କୁ ଔଷଧ ଫେରସ୍ତ ପାଇଁ ମହାସଂଘ ଯେଉଁ ଚିଠି କରିଥିଲା ସେହି ଅନୁଯାୟୀ ୧୪ଟି ଜିଲ୍ଲାର ଔଷଧ ବ୍ୟବସାୟୀ କଟକ ଓ ଭୁବନେଶ୍ବରରେ ଥିବା ଦୁଇ ଜଣ ବିତରକଙ୍କୁ ୫୦ ଲକ୍ଷ ଟଙ୍କାର ଔଷଧ ଫେରସ୍ତ କରି ସାରିଥିବା ମହାସଂଘ ସଂପାଦକ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଜାନୁଆରିରୁ ବଜାର ଚାହିଦା ବଢିଥିବାବେଳେ ପାଖାପାଖି ଦେଢ କୋଟି ଟଙ୍କାର ଔଷଧ ଓଡିଶା ବଜାରରେ ବିକ୍ରି ପାଇଁ ଛଡା ଯାଇଥିବା କୁହାଯାଉଛି। କିନ୍ତୁ ସେଥିରୁ ଏବେ ୫୦ ଲକ୍ଷର ଔଷଧ ଫେରିଆସିବା ପରେ ପାଖପାଖି କୋଟିଏ ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଉଛି। ଯଦିଓ ରାଜ୍ୟର ୧୪ ଜିଲ୍ଲାକୁ ତାଙ୍କର ଔଷଧ ଯାଇଛି ତଥାପି ଯାଜପୁର, ମାଲକାନଗିରି, କୋରାପୁଟ ଓ କଳାହାଣ୍ଡିରେ ଅଧିକ ବ୍ୟବସାୟ ହୋଇଥିବା ଜଣାପଡିଛି।

The post କଟକରୁ ନକଲି ଔଷଧ ଜବତ୍‌ ଘଟଣା: ୧୪ ଜିଲ୍ଲାରୁ ଫେରି ଆସିଲା ୫୦ ଲକ୍ଷର ଔଷଧ first appeared on Sambad.

from ଜିଲ୍ଲା | Sambad https://ift.tt/3w4cJ85