ଜୟପୁର: ଗତ କିଛି ଦିନ ଧରି ଅସୁସ୍ଥ ଥିବା ବରିଷ୍ଠ ଆଇନଜୀବୀ ବିପିନ ଚନ୍ଦ୍ର ମହାପାତ୍ର(୬୭)ଙ୍କର ମୃତ୍ୟୁ ବିଶାଖାପାଟଣାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଥିବା ବେଳେ ହୋଇଛି। ସେ ୧୯୮୫ମସିହାରୁ ଜୟପୁର ଜିଲ୍ଲା ଆଇନଜୀବୀ ସଂଘର ସଭ୍ୟ ହୋଇଥିଲେ। ଆଇନଜୀବୀ ବୃତ୍ତିକୁ ଆପଣାଇଥିଲେ। ସେ ଏହାରି ମଧ୍ୟରେ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଏବଂ କୋରାପୁଟ ଜିଲ୍ଲା ଖାଉଟି ଅଦାଲତର ସଭାପତି ଭାବେ ବି କାର୍ଯ୍ୟ କରି ଆସିଥିଲେ। ପ୍ରାୟ ୫ବର୍ଷ ଧରି ଖାଉଟି ଅଦାଲତରେ ସେ ସଭାପତି ରହିଥିଲେ। ସେ ଜଣେ ଧର୍ମପରାୟଣ, ପରୋପକାରୀ, ମିଷ୍ଠଭାଷୀ, ମେଳାପୀ, ହସହସ ମୁହଁ, ଅଧ୍ୟାତ୍ମିକ ଚେତନାର ବ୍ୟକ୍ତି ରହିଥିଲେ।

୧୯୯୨-୧୯୯୩ମସିହାରେ ସେ ଭାରତୀୟ ଜନତା ପାର୍ଟିର ନଗରସଭାପତି ଭାବେ କାର୍ଯ୍ୟ କରିଥିଲେ। ରାଷ୍ଠ୍ରୀୟ ସ୍ବୟଂ ସେବକ ସଂଘରେ ବି ସାମିଲ ରହିଥିଲେ। ତାଙ୍କ ବିୟୋଗରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେପିର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ, ପିଆରଏର ଅବିଭକ୍ତ କୋରାପୁଟଜିଲ୍ଲା ଅଧ୍ୟକ୍ଷ ଦେବେନ୍ଦ୍ର ବାହିନୀପତି, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବିଜେଡିର ବରିଷ୍ଠ ନେତ୍ରୀ ଡ.ଇନ୍ଦିରା ନନ୍ଦ, ଜୟପୁର ଜିଲ୍ଲା ଆଇନଜୀବୀ ସଂଘର ସଭାପତି ସରୋଜ ଦାଶ, ଉପସଭାପତି ପିଣ୍ଟୁ ମାଝୀ, ସଂପାଦକ ଆନନ୍ଦ ରଥ, ସହସଂପାଦକ ଗିରିଧର ଖରା, କୋଷାଧ୍ୟକ୍ଷ ଗୋପବନ୍ଧୁ ସାମନ୍ତରାୟ,ଖାଉଟି ଅଦାଲତର ସଭ୍ୟ ଜ୍ୟୋତିରଂଜନ ପୁଝାରୀ, ବରିଷ୍ଠ ଆଇନଜୀବୀ କେଏନ୍ ସାମନ୍ତରାୟ, ଶିଶିର ମିଶ୍ର, ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

The post ପୂର୍ବତନ ଖାଉଟି ଅଦାଲତର ସଭାପତି ବିପିନ ଚନ୍ଦ୍ର ମହାପାତ୍ରଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3gh5aGm