
ବୌଦ୍ଧ : ବୌଦ୍ଧର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ନବନିର୍ମିତ ବିଭିନ୍ନ ଦେବଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଉତ୍ସବରେ ଗଣେଶ, ନବଗ୍ରହ, ଲକ୍ଷ୍ମୀ ଓ ବିମଳାଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ସୂର୍ଯ୍ୟେନ୍ଦ୍ର ଶତପଥୀ, ଧର୍ମପତ୍ନୀ ସୌଦାମିନୀ ଶତପଥୀ ମୁଖ୍ୟକର୍ତ୍ତା ଭାବରେ ଦାୟିତ୍ବ ସଂପାଦନ କରୁଥିଲେ। ବିମଳା ମନ୍ଦିରରେ କର୍ତ୍ତା ଭାବରେ ବିଶ୍ବଜିତ ମିଶ୍ର ଓ ପୂର୍ଣ୍ଣମାସୀ ମିଶ୍ର, ଲକ୍ଷ୍ମୀ ମନ୍ଦିରରେ କର୍ତ୍ତା ଭାବରେ ରାଜେଶ ଅଗ୍ରୱାଲା ଓ ଲଳିତା ଅଗ୍ରୱାଲା, ନବଗ୍ରହ ମନ୍ଦିରରେ କର୍ତ୍ତା ଭାବରେ ଦେବାଶିଷ ପୁରୋହିତ ଓ ସଂଯୁକ୍ତା ରାଣୀ ପଣ୍ଡା, ଗଣେଶ ମନ୍ଦିରରେ ପୁରୁଷୋତ୍ତମ ସାହୁ ଓ ସ୍ବର୍ଣ୍ଣଲତା ସାହୁ ଦାୟିତ୍ବ ତୁଲାଉଛନ୍ତି।
ସେହିପରି ମୁଖ୍ୟ ପୂଜକ ଭାବରେ ରାମଚନ୍ଦ୍ର ପାଣିଗ୍ରାହୀ, ପୂଜକ ଭାବରେ ରଞ୍ଜିତ ହୋତା, ଶଶାଙ୍କ ଶେଖର ମିଶ୍ର, ବିଭୂଦତ୍ତ ଶତପଥୀ, ହରି ଶତପଥୀ, ବିହାରୀ ମହାରାଜ ଓ ବ୍ରହ୍ମା ଶତପଥୀ ଦାୟିତ୍ବ ତୁଲାଉଛନ୍ତି। ଶନି ମନ୍ଦିର କମିଟି ପକ୍ଷରୁ ନବଗ୍ରହଙ୍କ ବିଗ୍ରହ ପ୍ରଦାନ କରାଯାଇଥିବା ବେଳେ ବିଶ୍ବଜିତ ମିଶ୍ର ବିମଳାଙ୍କ ବିଗ୍ରହ, ବୌଦ୍ଧ ଥାନାଧିକାରୀ ତପସ୍ବିନୀ କହଁର ଗଣେଶଙ୍କ ବିଗ୍ରହ ଓ ଗଣେଶ ଅଗ୍ରୱାଲା ଲକ୍ଷ୍ମୀଙ୍କ ବିଗ୍ରହ ପ୍ରଦାନ କରିଥିବା ଜଣାଯାଇଛି। ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନ ସକାଳୁ ମହାନଦୀ ଘାଟରୁ ୧୦୮ ପୂର୍ଣ୍ଣକୁମ୍ଭ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଛି। ତିନି ଦିନ ପୂଜାର୍ଚ୍ଚନା ଓ ହୋମଯଜ୍ଞ ପରେ ବିଗ୍ରହ ସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି। ବ୍ରାହ୍ମଣ ସମାଜର ସଭାପତି ଗୁରୁ ପ୍ରସାଦ ଦାଶଙ୍କ ସହ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଅଖିଳଚାନ୍ଦ ମହାପାତ୍ର, ଶଙ୍କର ପ୍ରସାଦ ପୁରୋହିତ, ଶଶାଙ୍କ ଶେଖର ମିଶ୍ର, ନିରୋଜ ମିଶ୍ର, ସଜ୍ଜନ ଅଗ୍ରୱାଲା, ଅଞ୍ଜନ ସାହୁ, ଆଶୁତୋଷ ମହାପାତ୍ର ଓ ଗୌର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।
The post ବୌଦ୍ଧ: ଜଗନ୍ନାଥ ମନ୍ଦିର ପରିସରରେ ବିଭିନ୍ନ ଦେବଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ first appeared on Sambad.from ଜିଲ୍ଲା | Sambad https://ift.tt/2Ukbnc3
0 Comments