ଜୟପୁର: ଜୟପୁରରେ ପେଟ୍ରୋଲ୍ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ହୋଇଛି। ଆଜି ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଦାମରେ ୨୭ ପଇସା ଓ ଡିଜେଲ୍ ଦାମ୍ ୨୮ ପଇସା ବଢ଼ାଇଛନ୍ତି। ଗତ ମେ’ ୪ ତାରିଖ ପରଠାରୁ ଏହା ପେଟ୍ରୋଲ୍ ଦାମ୍‌ ୨୦ତମ ବୃଦ୍ଧି। ଏହି ୨୦ ଥରରେ ପେଟ୍ରୋଲ୍ ମୂଲ୍ୟ ୪ ଟଙ୍କା ୨୯ ପଇସା ଓ ଡିଜେଲ ଦାମ୍ ୫ ଟଙ୍କା ୨୮ ପଇସା ବଢ଼ିଲାଣି। ଆଜି ଜୟପୁରରେ  ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୨୭ ପଇସାରେ ବିକ୍ରି ହେଉଥିବା ବେଳେ ସ୍ପିଡ/ପାୱର ପେଟ୍ରୋଲର ଦାମ ୧୦୪ ଟଙ୍କା ୦୨ ପଇସା ରହିଛି। ସେହିପରି ଡିଜେଲ ଲିଟର ପିଛା ଦାମ ରହିଛି (ଏକ୍ସପି) ୯୮ ଟଙ୍କା ୦୧ ପଇସା ଓ ଏକ୍ସଏମ୍ ଲିଟର ପିଛା ୧୦୧.୫୮ ପଇସା। ସଂପ୍ରତି ଲକ ଡାଉନ ଥିବାରୁ ବସ ଚଳାଚଳ ବନ୍ଦ ରହିଛି। କେବଳ ଟ୍ରକ, ବାଇକ, ତିନି ଓ ଚାରି ଚକିଆ ଯାନ ବାହାନ ହିଁ ଚଳାଚଳ କରୁଛି। ତେବେ ପୂର୍ବ ପରି ଏଥରକ ସେତେଟା ବେପାର ନାହିଁ ବୋଲି ୨ଟି ପେଟ୍ରୋଲ ଟାଙ୍କିର ପରିଚାଳକ ମାନେ କହିଛନ୍ତି।

ତେବେ ଦର ବୃଦ୍ଧି ପରେ ବି ଲୋକେ ବି ପୂର୍ବ ଅପେକ୍ଷା ଏବେ କମ୍ ତେଲ ପକାଉଛନ୍ତି। ତେବେ ଲକଡ଼ଡାଉନ ଉଠିବା ପରେ ବସର ଯାତ୍ରୀ ଭଡ଼ା ବୃଦ୍ଧି କରାନଗଲେ ବସ ଚଳାଚଳ କରିବା ମୁସ୍କିଲ ବୋଲି କହିଛନ୍ତି ଘରୋଇ ବସ ମାଲିକ ସଂଘର ସଂପାଦକ ଦୁର୍ଗାପ୍ରସାଦ ତ୍ରିପାଠୀ। ଦର ବୃଦ୍ଧିର ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ପଢ଼ୁଛି ସରକାର ଏହା ଜାଣି ଦର କିଭଳି ନିୟନ୍ତ୍ରଣ ହୋଇ ପାରିବ ସେ ଦିଗରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ଦାବି କରିଛନ୍ତି ସମାଜସେବୀ ତୁଳସୀ ବେହେରା, ମାନବାଧିକାର କର୍ମୀ ଅନୁପ ପାତ୍ର, ସତୀଶ ନନ୍ଦ, ସାହାକାର ଆଲ୍ଲୀ।

The post ଜୟପୁରରେ ଶତକ ଛୁଇଁଲା ତେଲ ଦର; ପେଟ୍ରୋଲ ୧୦୦.୨୭, ଡିଜେଲ ୯୮.୦୧ first appeared on Sambad.

from ଜିଲ୍ଲା | Sambad https://ift.tt/3cnpIKI