ବଲାଙ୍ଗୀର : ବଲାଙ୍ଗୀର ସହର ରାଜୀବନଗରରେ ଶ୍ରୀଦେବୀ କୁମ୍ଭାର (୭୫) ବହୁ ବର୍ଷରୁ ରହି ଆସୁଥିଲେ। ସେ ଭିକ୍ଷାବୃତ୍ତି କରି ଏକ କୁଡ଼ିଆରେ ଦିନ କାଟୁଥିଲେ। ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଗଲା। ଅନ୍ୟ ଜାତି ଯୋଗୁଁ ସାହି ପଡ଼ିଶା କେହି ଆସିନଥିଲେ। ଏନେଇ ବିଙ୍ଗହ୍ୟୁମାନ ଫାଉଣ୍ଡେସନକୁ ଫୋନ୍‌ ଆସିବା ପରେ ବିଳମ୍ବିତ ରାତିରେ ସଦସ୍ୟମାନେ ପହଞ୍ଚି ଶବକୁ ଉଦ୍ଧାର କରି ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ସତ୍କାର କରିଥିଲେ। ବିଙ୍ଗହ୍ୟୁମାନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ବ୍ରଜଗୋପାଳ ସିଂହ, ପ୍ରିତମ ବରାଡ଼, ବାପିନା ମହାରଣା, ପିଙ୍କୁ ବରାଳ, ମଣ୍ଟୁ କୁମ୍ଭାର ସହଯୋଗ କରିଥିଲେ।

The post ଅସହାୟଙ୍କ ଶବସତ୍କାର କଲା ବିଙ୍ଗହ୍ୟୁମାନ୍‌ ଫାଉଣ୍ଡେସନ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/2SseXjC