
ଯୋଡ଼ା : କୋଭିଡ କଟକଣାକୁ ଉଲ୍ଲଂଘନ କରାଯାଇ ବାହାରୁୁ ଦୋକାନ ବନ୍ଦ କରି ଭିତରେ ବ୍ୟବସାୟ ଚାଲିଥିଲା। ରଜ ପାଇଁ ପୋଷାକ କିଣିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ଯୋଡ଼ା ପୌରପାଳିକା ଏବଂ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ୪ଟି ଲୁଗା ଦୋକାନକୁ ୭ ଦିନ ପାଇଁ ସିଲ୍ କରାଯାଇଛି। ସମ୍ପୃକ୍ତ ଦୋକାନୀଙ୍କଠାରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଯୋଡ଼ା ବଜାରରେ ଥିବା ଶ୍ରୀ ଗଣେଶ ଷ୍ଟାଇଲ ଲୁଗା ଦୋକାନକୁ ୩୦ ହଜାର ଟଙ୍କା, ସାଇ ଆଣ୍ଡ ଶ୍ରୀୟା ଗାର୍ମେଣ୍ଟସକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ସେହିପରି ଯୋଡ଼ା ବଜାରରେ ଥିବା ବଦ୍ରୁ କ୍ଲଥ୍ ଷ୍ଟୋର ଏବଂ ଧରଣୀଧର ଛକରେ ଥିବା ବିଗ-ଭି ଲୁଗା ଦୋକାନର କର୍ମଚାରୀମାନେ ଅଧିକାରୀଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଏହି ଦୋକାନ ଦୁଇଟିକୁ ମଧ୍ୟ ସିଲ୍ କରାଯାଇଛି।
The post ୪ ଲୁଗା ଦୋକାନ ସିଲ, ୪୦ ହଜାର ଜୋରିମାନା first appeared on Sambad.
ପୋଷାକ ଦୋକାନ ସିଲ୍, ୫ ହଜାର ଟଙ୍କା ଜରିିମାନା ଆଦାୟ
ଆନନ୍ଦପୁର : ଆନନ୍ଦପୁର ପୌରାଞ୍ଚଳର ଫକୀରପୁର ଛକରେ ଥିବା ଏକ ପୋଷାକ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇ ୫ ହଜାର ଟଙ୍କା ଜରିିମାନା ଆଦାୟ କରାଯାଇଛି। ବେଆଇନ ଭାବେ ଦୋକାନ ଖୋଲାଯାଇ କାରବାର ଚାଲିଥିବା ଖବର ମିଳିଥିଲା। ଆଜି ପୂର୍ବାହ୍ନରେ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ତହସିଲଦାର ତପନ କୁମାର ନାୟକ ପୁୁଲିସ ଫୋର୍ସ ସହ ପହଞ୍ଚି ଦୋକାନ ସିଲ୍ କରିଥିଲେ। ଇତିମଧ୍ୟରେ ଆନନ୍ଦପୁର ଓ ଘସିପୁରାରେ ୬ରୁ ଅଧିକ ପୋଷାକ ଦୋକାନ ସିଲ୍ କରାଯାଇଥିବା ଜଣାପଡ଼ିଛି। ତେବେ ୧୩ ନମ୍ବର ୱାର୍ଡରେ ଜଣେ ବ୍ୟକ୍ତି ଘରେ ବ୍ୟବସାୟ ଚଳାଇଥିବା କିଛି ବ୍ୟବସାୟୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।
from ଜିଲ୍ଲା | Sambad https://ift.tt/3pLW0EE

0 Comments