ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ଗଞ୍ଜାମ-ଗଜପତି ସୀମାନ୍ତ ଖପରାଗଣ୍ଡ ଗ୍ରାମରେ ଆଜି ପୁଲିସ ଚଢ଼ଉ କରି ୩୧୫୭ କେଜି ଗଞ୍ଜେଇ ଜବତ ଏଥିରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ଗିରଫଜଣକ ହେଉଛି, ସନ୍ତୋଷ ମଲ୍ଲିକ। ଏନେଇ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସନ୍ତୋଷ ନିଜ ଘର ଭିତରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖିଥବା ସୂଚନା ପାଇ ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ତତ୍ତ୍ଵାବଧାନ ଓ ଏସ୍ଆ‌ଇ ଟୁକୁନା ପିଡ଼ିକାଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରିଥିଲେ। ଘର ଭିତରୁ ୩୧୫୭ କିଲୋ ତଥା ୨‌ କୋଟି ଟଙ୍କାର ଗଞ୍ଜେଇ ଓ ଏକ ପ୍ରେସର୍ ପ୍ୟାକିଂ ମେସିନ୍ ମିଳିଥିଲା। ତେବେ ବେଆଇନ୍ ଚାଲାଣକାରୀଙ୍କ ଗଞ୍ଜେଇକୁ ସେ ଘରେ ସଂରକ୍ଷିତ ରଖିବାକୁ ମାସିକ ୩୦ ହଜାର ଟଙ୍କା ନେଉଥିବା ପୁଲିସ ଆଗରେ ସନ୍ତୋଷ ସ୍ବୀକାର କରିଥିଲା। ଫଳ‌ରେ ଏହା ପଛରେ ଏକ ବଡ଼ଧରଣର ରାକେଟ୍ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ଡିପିଓ ଶ୍ରୀ ପ୍ରଧାନ କହିଛନ୍ତି। ଚଢ଼ଉରେ ସାନଖେମୁଣ୍ଡି ତହସିଲଦାର ଡ.ଶ୍ରୀନିବାସ ବେହେରା ସାମିଲ ହୋଇଥିଲେ। ଏନେଇ ପାଟପୁର ଥାନାରେ କେସ୍ ନମ୍ବର ୨୧୩ ଏନଡ଼ିପିଏସ୍ ଆକ୍ଟ୍ ଅନୁସାରେ ମାମଲା ରୁଜୁ ସହ ସନ୍ତୋଷକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

The post ୨ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ  first appeared on Sambad.

from ଜିଲ୍ଲା | Sambad https://ift.tt/3xbnu9Z