ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସୁଆକାଠି ବ୍ୟାଙ୍କ ଅଫ ଇଣ୍ଡିଆରୁ ଗତକାଲି ଚୋରି କରିବାକୁ ଯାଇଥିବା କିଛି ଦୁର୍ବୁର୍ତ୍ତ ଟଙ୍କା ପଇସା କିଛି ନ ପାଇବାରୁ ଫେରିଯାଇଛନ୍ତି। ଗତକାଲି ୨ ଜଣ ଦୁର୍ବୃତ୍ତ ରାତି ୨ଟା ପାଖାପାଖିରେ ମୁଖା ପିନ୍ଧି ବ୍ୟାଙ୍କର ପାଇଖାନା କାନ୍ଥକୁ ଭାଙ୍ଗି ଭିତରେ ଚୋରି କରିବାକୁ ପଶିଥିଲେ। ପ୍ରଥମେ କ୍ୟାସ କାଉଣ୍ଟରରେ ପଶିଥିଲେ। ସେଠାରେ କିଛି ନ ପାଇବାରୁ ଷ୍ଟ୍ରଙ୍ଗ ରୁମରେ ପଶି ଲକରକୁ କାଟିଥିଲେ ।ହେଲେ ଲକରକୁ କାଟି ପାରିନଥିଲେ। ଫଳରେ କ୍ୟାସ ଲୁଟିବା ବିଫଳ ହୋଇଥିଲା ଏବଂ ସାଇରନ ବାଜିଥିଲା ପରେ ସାଇରନର ସିଷ୍ଟମକୁ କାଟି ଦେଇଥିଲେ ଓ ରାଗରେ ବାକ୍ସ ଓ କାଗଜ ପତ୍ର ଅନ୍ୟାନ୍ୟ ଜିନିଷକୁ ଫୋଫଡ଼ି ଦେଇ ଚାଲିଯାଇଥିଲେ।

ସୁଆକାଠି ଶାଖାର ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର ଲକ୍ଷ୍ମଣ ଦୀପ କହିଛନ୍ତି, ଆଜି ସକାଳୁ ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କ ଖୋଲିଲା ପରେ ପାଇଖାନା କାନ୍ଥ ଭଙ୍ଗା ପଡିଥିବା ସହ ଷ୍ଟ୍ରଙ୍ଗ ରୁମର ଜିନିଷ ପତ୍ର ଏଣେ ତେଣେ ପଡିଥିବା ଦେଖିବାକୁ ପାଇବା ପରେ ଉପରିସ୍ଥ ଅଧିକାରୀ ଓ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଏଲଡ଼ିଏମ ରବି ମହାଳିକ, ସୁଆକାଠି ଫାଣ୍ଡି ପୁଲିସ ପଂହଁଚି ସିସି ଟିଭି ଫୁଟେଜକୁ ଜବତ କରି ତଦନ୍ତ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆଜି ଦିନ ତମାମ ବ୍ୟାଙ୍କକୁ ବନ୍ଦ କରାଯାଇଛି ଓ ପୁନରୁଦ୍ଧାର ପରେ ବ୍ୟାଙ୍କ ଖୋଲାଯିବ ବୋଲି ଜଣାପଡିଛି।

The post ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ କରିବାକୁ ଯାଇଥିଲେ, ଚୋରି କରି ନ ପାରି ଫେରିଆସିଲେ  first appeared on Sambad.

from ଜିଲ୍ଲା | Sambad https://ift.tt/3heF4Ef