କେନ୍ଦୁଝର : ସାର ପାଇଁ କେନ୍ଦୁଝର ସଦର ବ୍ଲକ ପଦ୍ମପୁର ଲ୍ୟାମ୍ପସରେ ଚାଷୀଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଆବଶ୍ୟକତାଠାରୁ କମ୍ ପରିମାଣର ସାର ଆସିଥିବାରୁ ଚାଷୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। କିଏ ଆଗ ସାର ନେବେ ତାହାକୁ ନେଇ ‌କେହି କାହାରିକୁ ମାନିବା ପରିସ୍ଥିତିରେ ନଥିଲେ। ସାର ନନେଲେ ଚାଷ କାମ ପଛେଇ ଯିବ। ତେଣୁ ସେମାନେ ଆଗ ଆଗ ସାର ନେବାକୁ ଠେଲାପେଲା କରିଥିଲେ। ଅଧିକ ସାର ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

The post ସାର ପାଇଁ ପଦ୍ମପୁର ଲ୍ୟାମ୍ପସରେ ଠେଲାପେଲା first appeared on Sambad.

from ଜିଲ୍ଲା | Sambad https://ift.tt/3rNezJW